ମୁମ୍ବାଇ: ଜୁନ ୨୭ରେ ବଲିଉଡର ଲୋକପ୍ରିୟ ଯୋଡ଼ି ଅଭିନେତା ରଣବୀର କପୁର ଓ ଅଭିନେତ୍ରୀ ଆଲିଆ ଭଟ୍ଟ ନିଜ ପ୍ରଶଂସକଙ୍କୁ ବଡ଼ ଖୁସି ଖବର ଦେଇଥିଲେ। ବିବାହର ୩ମାସ ପରେ ଦୁହେଁ ମାତାପିତା ହେବାକୁ ଯାଉଥିବା ଖବର ସମସ୍ତଙ୍କୁ ଜଣାଇ ସରପ୍ରାଇଜ୍ ଦେଇଥିଲେ ଏହି ଦମ୍ପତି। ତେବେ କିଛି ଲୋକେ ଏତେ ଶୀଘ୍ର ସେ ଗର୍ଭବତୀ ହେବା ଖବରକୁ ସ୍ବାଭାବିକ ଭାବେ ଗ୍ରହଣ କରିପାରି ନଥିଲେ। ଆଲିଆ ବିବାହ ପୂର୍ବରୁ ଗର୍ଭବତୀ ଥିବା କହି ତାଙ୍କୁ ଟ୍ରୋଲ କରିଥିଳେ । ତେବେ ଯେଉଁ କଥାକୁ କେବଳ ଗୁଜବ ବୋଲି କୁହାଯାଉଥିଲା ଏବେ ତାହା ସତ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି।

Advertisment

କାହିଁକି ନା ଆଲିଆ ନିକଟ‌ରେ ଏକ ସାକ୍ଷାତ୍‌କାରରେ ଏଭଳି କିଛି କହି ଦେଇଛନ୍ତି, ଯାହା ଦ୍ବାରା ଏକଥା ସ୍ପଷ୍ଟ ହୋଇଛି ଯେ ସେ ବିବାହ ପୂର୍ବରୁ ସେ ହୁଏତ ଗର୍ଭବତୀ ଥିଲେ। ଆପଣ ଜାଣିଥିବେ ନିଶ୍ଚୟ ଯେ ଆଲିଆ ରଣବୀରଙ୍କୁ ୨୦୨୨ ଏପ୍ରିଲ୍‌ ୧୪ ତାରିଖରେ ବିବାହ କରିଥିଲେ ଓ ନଭେମ୍ବର‌ରେ ସେ କନ୍ୟା ସନ୍ତାନ ରାହାକୁ ଜନ୍ମ ଦେଇଥିଲେ।

ଜାତୀୟ ଗଣମାଧ୍ୟମ ‘ଟାଇମ୍ସ ଅଫ୍ ଇଣ୍ଡିଆ’କୁ ଏକ  ସାକ୍ଷାତ୍‌କାର କାଳରେ ଗୋଟିଏ ପ୍ରଶ୍ନର ଉତ୍ତର ଦେଇ ଆଲିଆ କହି ପକାଇଲେ ଯେ ସେ ତାଙ୍କର ପ୍ରଥମ ହଲିଉଡ୍‌ ଚଳଚ୍ଚିତ୍ର ‘ହାର୍ଟ ଅଫ୍‌ ଷ୍ଟୋନ୍‌’ରେ ଅଭିନୟ ଲାଗି ଜାନୁଆରିରେ ଚୁକ୍ତି ସ୍ବାକ୍ଷର କରିଥିଲେ। ମାତ୍ର ଗର୍ଭବତୀ ଥିବା କାରଣରୁ ସେ ଏହି ଫିଲ୍ମକୁ ହାତଛଡ଼ା କରିବାକୁ ଚାହୁ ନଥିଲେ। ଏହାପରେ ସେ ଫିଲ୍ମର ପ୍ରଡକସନ୍ ଟିମ୍ ସହିତ ଏ ବ୍ୟାପାରରେ କଥା ହୋଇଥିଲେ। ମାତ୍ର ଟିମ୍ ପକ୍ଷରୁ ତାଙ୍କୁ ପୂରା ଭରସା ଦିଆଯାଇଥିଲା କି ସୁଟିଂ ସମୟରେ ତାଙ୍କର ଯତ୍ନ ନିଆଯିବ। ଏହାପରେ ସେ ‘ହାର୍ଟ ଅଫ୍‌ ଷ୍ଟୋନ୍‌’ ଫିଲ୍ମର ସୁଟିଂ କରିଥିଲେ ଏବଂ ଗର୍ଭବତୀ ଥିବା ଅବସ୍ଥାରେ ସୁଟିଂ ଶେଷ କରିଥିଲେ।

ଆଲିଆଙ୍କ ଉପରୋକ୍ତ ବୟାନରୁ ଏହା ସ୍ପଷ୍ଟ ହୋଇଗଲା ଯେ ସେ ଜାନୁଆରିରେ ଗର୍ଭବତୀ ଥିଲେ, ଯେଉଁ କାରଣରୁ ତାଙ୍କୁ ତୁରନ୍ତ ବିବାହ ନିଷ୍ପତ୍ତି ନେବାକୁ ପଡ଼ିଲା।