ରଣବୀର କପୁର ଆଜିକାଲି ‘ରାମାୟଣ’ର ସୁଟିଂକୁ ନେଇ ବେଶ୍ ଚର୍ଚ୍ଚାରେ ରହୁଛନ୍ତି। ପତ୍ନୀ ଆଲିଆ ଓ ଝିଅ ରେହାକୁ ନେଇ ବ୍ୟକ୍ତିଗତ ଜୀବନରେ ବି ଖୁବ୍ ଖୁସିରେ ଅଛନ୍ତି ସେ। ହେଲେ ରଣବୀରଙ୍କ ଅତୀତ ବିଷୟରେ ଊଣାଅଧିକ ଆମ ସମସ୍ତଙ୍କୁ ଜଣା। ସେ ନିଜର ଅଭିନୟ ଅପେକ୍ଷା ଅଧିକ ଚର୍ଚ୍ଚାରେ ରହିଛନ୍ତି ବ୍ୟକ୍ତିଗତ କାରଣ ପାଇଁ। ରଣବୀରଙ୍କ ଜୀବନରେ ଅନେକ ପ୍ରେମିକା ଅସିଛନ୍ତି। ଏପରିକି ତାଙ୍କ ବିରୋଧରେ ପ୍ରତାରଣାର ଅଭିଯୋଗ ବି ରହିଛି। ଅଭିନେତ୍ରୀ ଦୀପିକା ପାଦୁକୋନ୍ ରଣବୀରଙ୍କ ବିରୋଧରେ ଏହି ଅଭିଯୋଗ ଆଣିଥିଲେ। ଥରେ ରଣବୀର ସିନେ ନିର୍ମାତା କରଣ ଜୋହରଙ୍କ ସୋ’ରେ ନିଜ ସଂପର୍କିତ ଅନେକ କଥାର ଖୁଲାସା କରିଥିଲେ। ସେ ନିଜେ ସ୍ବୀକାର କରିଥିଲେ କି ଏକ ସମୟରେ ଜଣେ ଯୁବତୀଙ୍କ ସହ ପ୍ରେମ ସଂପର୍କରେ ରହିବା ସହ ଅନ୍ୟମାନଙ୍କୁ ବି ଡେଟ୍ କରୁଥିଲେ। ପ୍ରେମିକାଙ୍କୁ ଲୁଚାଇବାକୁ କିଛି ଯୁବତୀଙ୍କ ଫୋନ୍ ନମ୍ବରକୁ ସେ ତାଙ୍କର ପୁରୁଷ ବନ୍ଧୁଙ୍କ ନାମରେ ସେଭ୍ କରି ଦେଉଥିଲେ। ଏପରିକି କିଛି ଯୁବତୀଙ୍କ ନାମକୁ ସେ ‘ବ୍ୟାଟେରି ଲୋ’ ଲେଖି ବି ସେଭ୍ କରି ଦେଉଥିଲେ।
ଯୁବତୀଙ୍କ ନାମକୁ ‘ବ୍ୟାଟେରି ଲୋ’ରେ ସେଭ୍ କରୁଥିଲେ
/sambad/media/post_attachments/wp-content/uploads/2024/04/fshfshfshsfsfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)