‘ପାବାର’, ‘ଗୁଡୁ ଗ୍ୟାଙ୍ଗଷ୍ଟର୍’, ‘ମୁଁ ତତେ ଲଭ୍ କରୁଚି’, ‘ସୁପର ମିଛୁଆ’, ‘ଲଭ୍ ଷ୍ଟେସନ୍’ ଓ ‘ସୁନ୍ଦରଗଡ଼ର ସଲମାନ୍ ଖାନ୍’ ଭଳି ରଜ ବଜାରରେ ଚହଳ ପକାଇଥିବା ସିନେମାର ନିର୍ଦ୍ଦେଶକ ଅଶୋକ ପତି ଏଥର ଅନୁପସ୍ଥିତ। ‘କିଏ ପୋଛିବ ମା’ ଆଖିର ଲୁହ’, ‘ପ୍ରେମୀ ନମ୍ବର ୱାନ୍’, ‘ନୂଆ ନୂଆ ପ୍ରେମରେ’ ଭଳି ସିନେମାର ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁଙ୍କ ସିନେମା ବି ରଜରେ ରିଲିଜ୍ ହୋଇନାହିଁ। ତେଣେ ‘ଗୋଲାପି ଗୋଲାପି’ ଭଳି କେତେକ ଓଡ଼ିଆ ସିନେମା ଜରିଆରେ ରଜ ବଜାରକୁ ସରଗରମ କରିଥିବା ନିର୍ଦ୍ଦେଶକ ସୁଶାନ୍ତ ମଣିଙ୍କ ଫିଲ୍ମ ବି ଆସିନି ଏଥର।
ଅତୀତରେ ଯେଉଁ ନିର୍ଦ୍ଦେଶକମାନଙ୍କର ଫିଲ୍ମ ରଜରେ ରିଲିଜ୍ ହେଉଥିଲା, ଏଥର ସେମାନଙ୍କ ଭିତରୁ ଅନେକଙ୍କର ସିନେମା ବଡ଼ ପରଦାକୁ ଆସିନାହିଁ। ଆସନ୍ତୁ ନଜର ପକାଇବା ସେମାନଙ୍କ ଉପରେ।
ରଜ ବଜାରରେ ମୁକ୍ତିଲାଭ କରିଥିବା ‘ଲଭ୍ ଇନ୍ ଲଣ୍ଡନ୍’ ଓ ‘ଟିକେ ଟିକେ ଅଚିହ୍ନା ତୁ’ ଭଳି ଛବିର ନିର୍ଦ୍ଦେଶକ ତାପସ ସରଘରିଆ ବି ଅନୁପସ୍ଥିତ ତାଲିକାରେ ଅଛନ୍ତି। ସେହିପରି ରଜରେ ରିଲିଜ୍ ହୋଇଥିବା ‘ମୋ କୋଳ ତୋ ଝୁଲଣା’, ‘ଲଭ୍ ୟୁ ହମେଶା’ ଓ ‘ଦିଲ୍ ମୋର ମାନେନା’ର ନିର୍ଦ୍ଦେଶକ ହିମାଂଶୁ ପରିଜାଙ୍କର ବି କୌଣସି ଓଡ଼ିଆ ସିନେମା ରିଲିଜ୍ ହେଲା ନାହିଁ। ‘ଗପ ହେଲେ ବି ସତ’ ଓ ‘ଅଗସ୍ତ୍ୟ’ ଭଳି ରଜ ସିନେମାର ନିର୍ଦ୍ଦେଶକ ମୁରଲୀକ୍ରିଷ୍ଣାଙ୍କ କୌଣସି ଓଡ଼ିଆ ସିନେମା ରିଲିଜ ହେଲା ନାହିଁ। ଏଣେ ଗତ ବର୍ଷ ରଜରେ ରିଲିଜ୍ ହୋଇଥିବା ‘କୁହୁଡ଼ି’ର ନିର୍ଦ୍ଦେଶକ ଅଜୟ ପାଢ଼ୀଙ୍କର ବି ଏଥର ଦେଖା ମିଳିଲା ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/06/21/sfsfsfsf-2025-06-21-01-53-54.jpg)