ପ୍ୟାଣ୍ଟ ପିନ୍ଧି ନ ଥିବାରୁ ରେସ୍ତୋରାଁରେ ପ୍ରବେଶ କରି ପାରିଲେ ନାହିଁ ଏହି ଅଭିନେତ୍ରୀଙ୍କ ଭଉଣୀ

ମୁମ୍ବାଇ : କିଛି ଦିନ ତଳେ ଜଣେ ବଲିଉଡ଼ ଅଭିନେତ୍ରୀ ଏବଂ ତାଙ୍କ ଭଉଣୀଙ୍କ ସହ ଘଟିଥିବା ଏକ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସୁଟିଂ ସାରି ଭଉଣୀଙ୍କ ସହ ଏକ ରେସ୍ତୋରାଁକୁ ଖାଇବାକୁ ଯାଇଥିବା ବେଳେ ଅଭିନେତ୍ରୀଙ୍କ ଭଉଣୀ ପ୍ୟାଣ୍ଟ ନ ପିନ୍ଧିଥିବାରୁ ସେମାନଙ୍କୁ ରେସ୍ତୋରାଁ ଭିତରକୁ ପ୍ରବେଶ କରିବା ପାଇଁ ମନା କରାଯାଇଥିବା ଜଣା ପଡ଼ିଛି । ଏଭଳି ଘଟଣା ଘଟିଥିଲା ବଲିଉଡ଼ ଅଭିନେତ୍ରୀ ୟାମି ଗୌତମଙ୍କ ସହ ।

Bollywood Bubble

ସର୍‌ବିଆରେ ୟାମି ନିଜର ଆଗମୀ ଫିଲ୍ମ ଉରିର ସୁଟିଂ କରୁଥିବା ବେଳେ ତାଙ୍କ ସହ ଯାଇଛନ୍ତି ତାଙ୍କ ଭଉଣୀ ସୁରିଲି ଗୌତମ । ସୁଟିଂରୁ ସମୟ ମିଳିବା ପରେ ୟାମି ତାଙ୍କ ଭଉଣୀ ସୁରିଲିଙ୍କ ସହ ବାହାରକୁ ବୁଲିଯିବା ପାଇଁ ଯୋଜନା କରିଥିବା ବେଳେ ଦୁଇ ଜଣ ମିଶି ଏକ ରେସ୍ତୋରାଁକୁ ଖାଇବା ପାଇଁ ଯାଇଥିଲେ । କିନ୍ତୁ ତାଙ୍କ ଯୋଜନା ସଫଳ ହୋଇ ପାରି ନଥିଲା । ୟାମିଙ୍କ ଭଉଣୀ ସୁରିଲି ପ୍ୟାଣ୍ଟ ପିନ୍ଧି ନଥିବାରୁ ରେସ୍ତୋରାଁ କର୍ମଚାରୀ ତାଙ୍କୁ ଭିତରକୁ ପ୍ରବେଶ କରାଇ ଦେଇ ନଥିଲେ । ଏହା ରେସ୍ତୋରାଁର ନିୟମ ବିରୁଦ୍ଧ ବୋଲି କହି କର୍ମଚାରୀ ତାଙ୍କୁ ଭିତରକୁ ଯିବା ପାଇଁ ମନା କରିଥିଲେ । ୟାମି ନିଜ ଭଉଣୀଙ୍କର ଏକ ଭିଡ଼ିଓ ଇନ୍‌ଷ୍ଟାର ପୋଷ୍ଟ କରି ପୂରା ଘଟଣା ବିଷୟରେ ଜଣାଇବା ପରେ ଏହି ଘଟଣାଟି ସାମ୍ନାକୁ ଆସିଥିଲା ।

ସମ୍ବନ୍ଧିତ ଖବର