ମୁମ୍ବାଇ: ଗତକାଲି ରିଲିଜ୍ ହୋଇଯାଇଛି ଶାହାରୁଖ୍ ଖାନ୍ଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ପଠାନ୍’। ଗତ ୪ ବର୍ଷ ହେବ ପ୍ରଶଂସକ ଏହି ଫିଲ୍ମକୁ ଅପେକ୍ଷା କରି ରହିଥିବା ବେଳେ ଚଳଚ୍ଚିତ୍ରଟିକୁ ଖୁବ୍ ପସନ୍ଦ ବି କରିଛନ୍ତି। ଏହି ଚଳଚ୍ଚିତ୍ରଟିକୁ କେବଳ ଦର୍ଶକ ନୁହେଁ, ବରଂ ସେଲିବ୍ରେଟିମାନେ ବି ଖୁବ୍ ପସନ୍ଦ କରିଛନ୍ତି। ଏହି ଫିଲ୍ମରେ ଥିବା ଲୋକପ୍ରିୟ ଗୀତ ‘ଝୁମେ ଯୋ ପଠାନ୍’ରେ ଟେଲି ଅଭିନେତ୍ରୀ ଶ୍ବେତା ତିୱାରୀଙ୍କ ସହ ବିକାଶ କଲନ୍ତ୍ରିଙ୍କୁ ନୃତ୍ୟ ପ୍ରଦର୍ଶନ କରୁଥିବାର ଦେଖିବାକୁ ମିଳିଛି।
‘ପଠାନ୍’ର ଏହି ଗୀତଟିକୁ ପ୍ରଶଂସକ ପରଦାରେ ଖୁବ୍ ପସନ୍ଦ କରିଥିବା ବେଳେ ଶ୍ବେତାଙ୍କ ନୃତ୍ୟକୁ ବି ଖୁବ୍ ପସନ୍ଦ କରିଥିବାର ଦେଖିବାକୁ ମିଳିଛି। ଇନ୍ଷ୍ଟାଗ୍ରାମ୍ରେ ଶ୍ବେତା ତିୱାରୀ ସେୟାର୍ କରିଥିବା ଭିଡିଓରେ ବହୁ ମଜାଦାର କମେଣ୍ଟ୍ ସବୁ ଦେଖିବାକୁ ମିଳିଛି। ପ୍ରଶଂସକମାନେ ଶ୍ବେତାଙ୍କ ପାଇଁ ‘ୱାଓ୍, ଲଭ୍ଲି ଓ ଫନି’ ଆଦି କମେଣ୍ଟ୍ ଲେଖିଛନ୍ତି।
View this post on Instagram
ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ପୂର୍ବରୁ ଶ୍ବେତା ତିୱାରୀ ଚଳଚ୍ଚିତ୍ର ରିଲିଜ୍ ହେବା ପୂର୍ବରୁ ‘ପଠାନ୍’ର ‘ବେସରମ୍ ରଙ୍ଗ୍’ ଗୀତ ବେଶ୍ ଚର୍ଚ୍ଚାରେ ରହିଥିବା ବେଳେ ଏହି ଗୀତରେ ନିଜର ଜଲୱା ଦେଖାଇଥିଲେ।
ଶ୍ବେତା ତିୱାରୀ ତାଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ୍ରେ ସେୟାର କରିଥିବା ଏକ ଭିଡିଓରେ ପ୍ରଥମେ ଏକ ବାଥ୍ରବ୍ ପିନ୍ଧି ‘ବେସରମ୍ ରଙ୍ଗ୍’ ଗୀତରେ ନାଚୁଥିବାର ନଜର ଆସିଥିଲେ। ପରେ ସେ ଗାଧୁଆଘର ଭିତରକୁ ଯାଉ ବାହାରକୁ ଯିବା ଭଳି ଗେଟ୍ଅପ୍ ନେଇ ବାହାରି ଆସୁଥିବାର ଭିଡିଓରେ ଦେଖିବାକୁ ମିଳିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/01/Untitled-113.jpg)