ଶାହାରୁଖ୍‌ଙ୍କ ‘କଲ୍‌ ହୋ ନା ହୋ..’ର ଗୀତ ଗାଇ ୩ ନାଇଜେରୀୟ ଯୁବକ ସୋସିଆଲ୍‌ ମିଡିଆରେ ଛାଇଗଲେ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ : ବଲିଉଡ୍‌ ଅଭିନେତା ଶାହାରୁୁଖ୍‌ ଖାନ୍‌ଙ୍କ ପ୍ରଶଂସକ ସାରା ପୃଥିବୀରେ ରହିଛନ୍ତି, ତାହା ସମସ୍ତଙ୍କୁ ଜଣା । କିନ୍ତୁ କିଛି ନାଇଜେରିଆନ୍‌ ଯୁବକଙ୍କ ଭାଇରାଲ ହେଉଥିବା ଭିଡିଓ ଏହି କଥାକୁ ପ୍ରମାଣିତ କରିଛି । କିଙ୍ଗ୍‌ ଖାନ୍‌ଙ୍କ ଗୀତ କେବଳ ଭାରତୀୟଙ୍କୁ ନୁହେଁ, ଭାରତ ବାହାରେ ରହୁଥିବା ଲୋକମାନଙ୍କୁ ମଧ୍ୟ ପସନ୍ଦ ବୋଲି ଭାଇରାଲ ହେଉଥିବା ଭିଡିଓରୁ ଜଣାପଡ଼ିଛି । ଭିଡିଓରେ ୩ଜଣ ନାଇଜେରିଆନ୍‌ ଯୁବକଙ୍କୁ ଶାହାରୁଖ୍‌ଙ୍କ ଚିରସବୁଜ ଗୀତ ‘କଲ୍‌ ହୋ ନା ହୋ..’ ଗାଉଥିବାରେ ଦେଖା ଯାଇଛି । ୩ ଜଣଙ୍କର ଗୀତ ଗାଇବାର ଶୈଳୀ ହିଁ ଭିଡିଓକୁ ଏତେ ଲୋକପ୍ରିୟ କରି ପାରିଛି । ଏହି ତିନ ଯୁବକ ଏବେ ସୋସିଆଲ ମିଡିଆରେ ଛାଇ ରହିଛନ୍ତି ।

ସୂଚନା ମୁତାବକ, ରାତାରାତି ସୋସିଆଲ ମିଡିଆ ଷ୍ଟାର ପୂର୍ବରୁ ଅନେକ ଲୋକ ହୋଇ ସାରିଛନ୍ତି । ସେଥି ମଧ୍ୟରେ ରହିଛନ୍ତି,ପ୍ରିୟା ପ୍ରକାଶ ଓ୍ଵାରିୟର, ଡ଼୍ୟାନ୍‌ସିଙ୍ଗ ଅଙ୍କଲ ଇତ୍ୟାଦି । ପ୍ରିୟାଙ୍କ ଆଖି ମରା ଅନ୍ଦାଜ ଏବଂ ଡ଼୍ୟାନ୍‌ସିଙ୍ଗ ଅଙ୍କଲଙ୍କ ନୃତ୍ୟ ଶୈଳୀ ସେମାନଙ୍କୁ ସୋସିଆଲ ମିଡିଆରେ ଚର୍ଚ୍ଚିତ କରି ପାରିଥିଲା ।

ସମ୍ବନ୍ଧିତ ଖବର