ତାମିଲ୍ ଚଳଚ୍ଚିତ୍ର ଅଭିନେତ୍ରୀ ଶୀତଲ୍ ‘ବମ୍ବୁକାତ୍’, ‘ଲଙ୍ଗ୍ ଲାଇଭ୍ ବ୍ରିଜମୋହନ’ ଓ ଛପଡ୍ ଫାଡ୍‌କେ’ରେ ଅଭିନୟ କରି ଦର୍ଶକଙ୍କ ହୃଦୟରେ ଜାଗା ଆବୋରିଛନ୍ତି। ୨୦୧୬ରୁ ଏପର୍ଯ୍ୟନ୍ତ ଶୀତଲ୍ ଛୋଟ ପରଦାରେ ସକ୍ରିୟ ଥିଲେ। ସେମିତି ବିକ୍ରାନ୍ତ ଛୋଟ ପରଦାକୁ ପାଦ ବଢ଼େଇ ଏବେ ଏକ ବିଗ୍ ବଜେଟ୍ ଓ ବିଗ୍ ଷ୍ଟାରର୍ ମୁଭିରେ ସୁଯୋଗ ପାଇଛନ୍ତି। ଚଳଚ୍ଚିତ୍ରର ଶୀର୍ଷକ ରହିଛି ‘ଲଭ୍ ହଷ୍ଟେଲ୍’। ଶଙ୍କର ରମଣଙ୍କ ଦ୍ବାରା ନିର୍ଦ୍ଦେଶିତ ଏଇ ଚଳଚ୍ଚିତ୍ରର କାହାଣୀ ଅନର କିଲିଂ ଉପରେ ପର୍ଯ୍ୟବସିତ। ଏଥିରେ ବିକ୍ରାନ୍ତ ଓ ଶୀତଲ୍‌ଙ୍କ ବ୍ୟତୀତ ବବି ଦେଓଲ୍ ଓ ସାନ୍ୟା ମାଲହୋତ୍ରାଙ୍କୁ ମଧ୍ୟ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ। ୨୦୨୨ ଉଭୟ ବିକ୍ରମ ଓ ଶୀତଲ୍‌ଙ୍କ ପାଇଁ ଏକ ଅଭିନନ୍ଦନୀୟ ବର୍ଷ ହେଉ ବୋଲି ସେମାନଙ୍କର ପ୍ରଶଂସକମାନେ କହିଛନ୍ତି।

Advertisment

publive-image Mid-Day

ତେବେ ଛ’ବର୍ଷ ଧରି ପ୍ରେମ ସମ୍ପର୍କରେ ଏକାଠି ଥିବା ବିକ୍ରାନ୍ତ ଓ ଶୀତଲ୍ ଶେଷରେ ପ୍ରେମ ଦିବସ ଅର୍ଥାତ୍ ଫେବ୍ରୁଆରି ୧୪ ତାରିଖରେ ପ୍ରେମୀଯୋଡ଼ିମାନେ ପାଳନ କରୁଥିବା ‘ଭାଲେଣ୍ଟାଇନ୍ ଡେ’ ଅବସରରେ ବିବାହ ବନ୍ଧନରେ ଆବଦ୍ଧ ହେଇଛନ୍ତି। ଶୀତଲ୍ ବିକ୍ରାନ୍ତଙ୍କୁ ଶ୍ରଦ୍ଧାରେ ‘ଜନାବ’ ବୋଲି ଡାକନ୍ତି, ସେମିତି ବିକ୍ରାନ୍ତ ମଧ୍ୟ ଶୀତଲ୍‌ଙ୍କୁ ତାଙ୍କର ମିଠାନାମ ଧରି ସମ୍ବୋଧନ କରନ୍ତି। ଏଇ କିଛିଦିନ ତଳେ ମୁମ୍ବାଇର ଏକ ତାରକା ହୋଟେଲରେ ପରିବାର ବର୍ଗ, ନିକଟ ସମ୍ପର୍କୀୟ ଏବଂ କିଛି କଳାକାରଙ୍କ ଗହଣରେ ଏ ଦୁହିଁଙ୍କ ବିବାହ ଉତ୍ସବ ସମ୍ପନ୍ନ ହେଇଥିଲା।