କେଉଁ ନାୟିକା ନିଜର ଓଜନ ବଢ଼ାଇଥିଲେ ,ଜାଣନ୍ତୁ କାହିଁକି

ଚଳଚ୍ଚିତ୍ରରେ ନାୟକ ହୁଅନ୍ତୁ,ନାୟିକା ଖଳନାୟକ ହୁଅନ୍ତୁ ଚରିତ୍ର ଅଭିନେତା ସମସ୍ତେ ନିଜର ଚରିତ୍ରକୁ ଜୀବନ୍ତ କରିବା ଲାଗି କଠିନ ପ୍ରରିଶ୍ରମ କରିଥାଆନ୍ତି । ବେଳେବେଳେ ସେମାନଙ୍କୁ ନିଜର ଓଜନ ମଧ୍ୟ ବଢାଇବାକୁ ପଡ଼ିଥାଏ । ଆସନ୍ତୁ ଜାଣିବା ସେମିତି ତିନି ଜଣ ନାମୀ ନାୟିକାମାନଙ୍କ ସଂପର୍କରେ ଯେଉଁମାନେ ଚରିତ୍ରରେ ଆବଶ୍ୟକତା ଲାଗି ନିଜର ଓଜନ ବଢାଇଥିଲେ-

ରାଣୀ ମୁଖାର୍ଜୀ – ସଲିମଙ୍କ ପ୍ରଯୋଜିତ ‘ ରାଜା କି ଆଏଗୀ ବାରାତ୍‌’ ସିନେମାରୁ ବଲିଉଡରେ ହିରୋଇନ୍‌ ଭାବେ କ୍ୟାରିଅର୍‌ ଆରମ୍ଭ କରିଥିବା ରାଣୀ ମୁଖାର୍ଜୀଙ୍କୁ କିନ୍ତୁ ଲୋକେ ପ୍ରକୃତରେ ଚିହ୍ନିଲେ ବିକ୍ରମ ଭଟ୍ଟଙ୍କ ନିର୍ଦ୍ଦେଶିତ ତଥା ଅମୀର ଖାନ୍‌ ଷ୍ଟାର୍‌ର ମୁଭି ‘ ଗୁଲାମ୍‌’ ରେ । ଏହାପରେ କୁଛ କୁଛ ହୋତା ହେ, ହର ଦିଲ ଯୋ ପ୍ୟାର୍‌ କରେଗା, ସାଥୀୟାଁ, ବଣ୍ଟି ଔର ବବଲି, ଚଲତେ ଚଲତେ, ଚୋରି ଚୋରି ଚୁପ୍‌କେ ଚୁପ୍‌କେ, ବାଦଲ୍‌, ବିଚ୍ଛୁ ଓ ବୀରଜାରା ସମେତ ଅନେକ ସିନେମାରେ ନାୟିକା ଭୂମିକାରେ ନଜର ଆସିଛନ୍ତି । ହେଲେ ଆପଣ ଜାଣନ୍ତି କି ଫିଲ୍ମ ‘ ମର୍ଦାନୀ’ ପାଇଁ ରାଣୀ ମୁଖାର୍ଜୀଙ୍କୁ ୧୨ କିଲୋଗ୍ରାମ୍‌ ଓଜନ ବଢାଇବାକୁ ପଡ଼ିଥିଲା । ଖୁବ୍‌ ନିଖୁଣ ଅଭିନୟ କରିଥିବା ସତ୍ତ୍ୱେ ୨୦୧୮ ରେ ରିଲିଜ୍‌ ହୋଇଥିବା ଫିତଲ୍ମ ‘ ମର୍ଦାନୀ‘ ଫ୍ଲପ୍‌ ହୋଇଥିଲା ।

 

photo-amarujala

ବିଦ୍ୟା ବାଲାନ୍‌- ୨୦୦୫ରେ ରିଲିଜ୍‌ ହୋଇଥିବା ପ୍ରଦୀପ ସରକାରଙ୍କ ନିର୍ଦ୍ଦେଶିତ ‘ ପରିଣୀତା’ ଥିଲା ଲୋକପ୍ରିୟ ନାୟିକା ବିଦ୍ୟା ବାଲନଙ୍କର ପ୍ରଥମ ସିନେମା । ଏହାପରେ ତାଙ୍କୁ ଲଗେ ରହୋ ମୁନ୍ନାଭାଇ, ଗୁରୁ, ହଲ୍ଲାବୋଲ, କିସ୍ମତ୍‌ କନେକସନ୍‌, ପା, ଦ ଡାର୍ଟି ପିକ୍ଚର, ହେ ବେବି, ଇଶ୍କିୟା ଓ ତୁହ୍ମାରି ସୁଲୁ ସମେତ ବେଶ୍‌ କେତୋଟି ସିନେମାରେ ଲିଡ୍‌ ରୋଲରେ ଦେଖିବାକୁ ମିଳିଛି । ତେବେ ବିଦ୍ୟା ବଲାନ୍‌ ମିଲନ ଲୁଥ୍ରିଆଙ୍କ ନିର୍ଦ୍ଦେଶିତ ‘ ଦ ଡାର୍ଟି ପିକ୍ଚର’ ରେ ନିଜର ଚରିତ୍ର ପାଇଁ ୧୨ କିଲୋଗ୍ରାମ ଓଜନ ବଢାଇଥିଲେ । କହିବା ବାହୁଲ୍ୟ ଯେ ଏହି ଫିଲ୍ମ ବି ସୁପରହିଟ୍‌ ହୋଇଥିଲା ।

photo- starsunfold

ଅନୁଷ୍କା ସେଟ୍ଟି- ବହୁଚର୍ଚ୍ଚିତ ସିନେମା ‘ ବାହୁବଲୀ’ ର ଦେବସେନା ଓରଫ ଅନୁଷ୍କା ସେଟ୍ଟିଙ୍କ ଫିଲ୍ମ ‘ ସାଇଜ୍‌ ଜିରୋ’ କୁ ରିଲିଜ୍‌ କରାଯିବାର ଇତିମଧ୍ୟରେ ଦୁଇବର୍ଷ ପୂରଣ ହୋଇଛି । କିନ୍ତୁ ଆପଣ କ’ଣ ଜାଣନ୍ତି କି ଏହି ଫିଲ୍ମ ପାଇଁ ଅନୁଷ୍କା ନିଜର ୨୦ କିଲୋଗ୍ରାମ୍‌ ଓଜନ ବଢାଇଥିଲେ । ଫିଲ୍ମର କଥାବସ୍ତୁ ଅନୁଯାୟୀ ପୃଥୁଳକାୟ ଯୁବତୀଟିଏ କିପରି ସାଇଜ୍‌ ଜିରୋର ହିରୋଇନ୍‌ ହୋଇପାରୁଛି ତାହା ଉପରେ ଆଧାରିତ ଥିଲା । ଅନୁଷ୍କା ସେଟ୍ଟିଙ୍କ ର ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଫିଲ୍ମ ହେଲା ଅରୁନ୍ଧତୀ, ରୁଦ୍ରମାଦେବୀ, ବେଦମ୍‌ ଓ ସିଂଘମ୍‌ ଇତ୍ୟାଦି ।

ସମ୍ବନ୍ଧିତ ଖବର