ମୁମ୍ବାଇ: ଫିଲ୍ମ ନିର୍ମାତା, ନିର୍ଦ୍ଦେଶକ, ଆର୍‌ଜେ, ଆଙ୍କର ଏବଂ ଅଭିନୟ ଭଳି ଭିନ୍ନ ପ୍ରକାରର କାମ କରି ବେଶ ସଫଳତା ଲାଭ କରିଛନ୍ତି କରଣ ଜୋହର । ପୂର୍ବରୁ ସେ ଅନେକ ସଂଘର୍ଷ କରିଥିବା ବେଳେ ଏବେ ତାଙ୍କ ନାମ ସଫଳ ବ୍ୟକ୍ତିଙ୍କ ମଧ୍ୟରେ ରହିଛି । ସଫଳତାର ଅନେକ ସ୍ୱାଦ କରଣ ଚାଖିଥିବା ବେଳେ ଦିନ ଥିଲା, ଯେତେବେଳେ ଲୋକେ ତାଙ୍କୁ ତାଙ୍କ ସ୍ୱର ପାଇଁ ସମାଲୋଚନା କରିବା ଆରମ୍ଭ କରିଥିଲେ । ଏପରି ଘଟଣାରେ ସେ ବିରକ୍ତ ହୋଇ ଡ଼ାକ୍ତରଙ୍କ ପାଖକୁ ନିଜର ଚିକିତ୍ସା କରାଇବା ପାଇଁ ପହଞ୍ଚିଥିଲେ ବୋଲି ଏକ ଇଭେଣ୍ଟରେ ଯୋଗ ଦେବା ଅବସରରେ କହିଛନ୍ତି କରଣ।

Advertisment

publive-image

ତାଙ୍କ କହିବା ଅନୁଯାୟୀ, ଛୋଟବେଳୁ ସମସ୍ତେ ମୋତେ କହୁଥିଲେ ଝିଅ ପିଲାଙ୍କ ଭଳି ଚାଲ ନାହିଁ, ଝିଅଙ୍କ ଭଳି ନାଚ ନାହିଁ ବୋଲି କହୁଥିଲେ। ବେଳେ ବେଳେ ଲୋକେ ମୋତେ ମୋର ସ୍ୱର ଝିଅମାନଙ୍କ ଭଳି ବୋଲି ମଧ୍ୟ କହୁଥିଲେ । ଏ ସବୁ କଥାରେ ବିରକ୍ତ ହୋଇ ୧୫ବର୍ଷ ବୟସରେ ମୁଁ ଡ଼ାକ୍ତରଙ୍କ ପାଖରେ ପହଞ୍ଚି ଯାଇଥିଲି । ସ୍ପିଚ୍‌ ଥେରାପିଷ୍ଟଙ୍କ ପାଖକୁ ଯାଇ ତାଙ୍କୁ ମୋର ସ୍ୱର ବଦଳାଇବା ପାଇଁ କହିଥିଲି । ଯାହା ପରେ ସ୍ୱରକୁ ଠିକ୍‌ କରିବା ପାଇଁ ମୋର ଟ୍ରେନିଙ୍ଗ ୩ବର୍ଷ ପର୍ଯ୍ୟନ୍ତ ଚାଲିଥିଲା । ୩ବର୍ଷ ପର୍ଯ୍ୟନ୍ତ ଘରେ ଏହି ବିଷୟରେ କେହି ଜାଣି ନଥିଲେ । ମୁଁ ଟିଉସନ୍‌ ଯାଉଛି ବୋଲି କହି ସ୍ପିଚ୍‌ ଥେରାପିଷ୍ଟଙ୍କ ପାକକୁ ଯାଉଥିଲି ବୋଲି କରଣ ଜଣାଇଥିଲେ ।