ସଞ୍ଜୟ ଦତ୍ତଙ୍କ ବାୟୋପିକ୍‌ର ଟିଜର୍‌ ଦେଖିବା ପରେ ଆଶ୍ଚର୍ଯ୍ୟଜନକ ମନ୍ତବ୍ୟ ଦେଲେ ବିଗ୍‌ ବି, ଚକିତ ହେଲେ ସମସ୍ତେ

ମୁମ୍ବାଇ: ଅଭିନେତା ସଞ୍ଜୟ ଦତ୍ତଙ୍କ ବାୟୋପିକ୍‌ରେ ଅଭିନୟ କରିବା ରଣବୀର କପୁର୍‌ଙ୍କ ପାଇଁ କୌଣସି ଗୋଲାପର ଶେଯରେ ଶୋଇବା ପରି ଅନୁଭୂତି ନ ଥିଲା। ୩୫ ବର୍ଷୀୟ ଅଭିନେତା ରଣବୀର ଭାରତର ଜଣେ ସୁପର୍‌ଷ୍ଟାର୍‌ଙ୍କ ଜୋତାରେ ପାଦ ରଖି ଚାଲିବାଟା ନିଶ୍ଚୟ କାଠିକର୍‌ପାଠ। ସଞ୍ଜୟ ଦତ୍ତଙ୍କ ବିବାଦୀୟ ଜୀବନକୁ ଚଳଚ୍ଚିତ୍ର ଜୀବନ୍ତ ଭାବେ ପ୍ରତିପାଦନ କରିବାକୁ ରଣବୀରଙ୍କୁ ସହିବାକୁ ପଡ଼ିଛି ଅନେକ କଷ୍ଟ। ଆଶା କରାଯାଉଛି ଯେ ଚଳଚ୍ଚିତ୍ରର ଟିଜର୍‌ ଖୁବ୍‌ ଶୀଘ୍ର ଦେଖିବାକୁ ମିଳିବ। ଏହାକୁ ନେଇ ପ୍ରତିକ୍ରିୟା ଦେଖିବା ପାଇଁ ରଣବୀର ପୂରା ବ୍ୟାକୁଳ। ନିକଟରେ ସେ ଏହାକୁ ତାଙ୍କ କୋ-ଷ୍ଟାର୍‌ ବିଗ୍‌ ବି ଅମିତାଭଙ୍କୁ ଦେଖାଇଛନ୍ତି। ବିଗ୍‌ ବି ଏହାକୁ ଦେଖିବା ପରେ ଯାହା କହିଛନ୍ତି ତାହା ଖୁବ୍‌ ମଜାଦାୟକ।

ବିଗ୍‌ ବି ସଞ୍ଜୟଙ୍କ ବାୟୋପିକ୍‌ର ଟିଜର୍‌ ଦେଖିବା ପରେ ପୂରା ଦ୍ୱନ୍ଦରେ ପଡ଼ିଯାଇଥିଲେ। ସଞ୍ଜୟଙ୍କ ଭୂମିକାରେ ରଣବୀର ଅଭିନୟ କରିବା ସତ୍ତ୍ୱେ ବି ସତସତିକା ସଞ୍ଜୟ କେଉଁଠୁ ଆସିଲେ ଭାବି ସେ ଚମକି ପଡ଼ିଲେ। ଚଳଚ୍ଚିତ୍ରର ଏକ ଦୃଶ୍ୟରେ ଦେଖିବାକୁ ମିଳିଛି ରଣବୀର ସଞ୍ଜୟଙ୍କ ଭୂମିକାରେ ଅବତୀର୍ଣ୍ଣ ହୋଇ ଜେଲ୍‌ ମଧ୍ୟରୁ ବାହାରିକି ଆସୁଛନ୍ତି। ସେତିକି ବେଳେ ଅଭିତାଭ୍‌ ପଚାରୁଛନ୍ତି, ‘ଏହି ସୁଟ୍‌ ପାଇଁ କ’ଣ ସଞ୍ଜୟଙ୍କୁ ଅଣାଯାଇଥିଲା।’ ବିଗ୍‌ ବିଙ୍କର ଏହି ପ୍ରଶ୍ନ ସମସ୍ତଙ୍କୁ ଚକିତ କରିଥିଲା। କାହିଁକି ନା, ବାସ୍ତବରେ ସେହି ଦୃଶ୍ୟରେ ଦତ୍ତ ନୁହେଁ, କପୁର୍‌ ଥିଲେ।

ସମ୍ବନ୍ଧିତ ଖବର