କେଉଁ ଆଧାରରେ କଙ୍ଗନାଙ୍କ ବଙ୍ଗଳା ଭାଙ୍ଗିଲ: କୋର୍ଟ

କଙ୍ଗନାଙ୍କ ପାଲି ହିଲ୍‌ସ୍ଥିତ ବଙ୍ଗଳା ଭଙ୍ଗାଯିବା ମାମଲାରେ ବମ୍ବେ ହାଇକୋର୍ଟ ଆଜି ବ୍ରିହାନମୁମ୍ବାଇ ମ୍ୟୁନିସିପାଲ୍‌ କର୍ପୋରେସନ୍‌(ବିଏମ୍‌ସି)କୁ କଡ଼ା ସମାଲୋଚନା କରିଛନ୍ତି। କୋର୍ଟ ପ୍ରଶ୍ନ କରିଛନ୍ତି। ଯଦି ସେଠା‌ରେ କିଛି ବି ନିର୍ମାଣ କାର୍ଯ୍ୟ ଚାଲି ନଥିଲା କି ବେଆଇନ ନିର୍ମାଣ ହୋଇନଥିଲା, ତେବେ କେଉଁ ପରିସ୍ଥିତିରେ କଙ୍ଗନାଙ୍କ ବଙ୍ଗଳାର ତଳ ମହଲାକୁ ଭଙ୍ଗାଗଲା। କୋର୍ଟ ଆହୁରି କହିଛନ୍ତି, ଯଦି ସେଠାରେ କୌଣସି ବେଆଇନ ନିର୍ମାଣ ଚାଲିଥିଲା, ତେବେ ବିଏମ୍‌ସି ନୋଟିସ୍‌ ତାଙ୍କୁ ନୋଟିସ୍‌ ଜାରି କରିଥିଲା କି?

ଉଲ୍ଲେଖଯୋଗ୍ୟ, କଙ୍ଗନାଙ୍କ ଅଭିଯୋଗ କରିଥିଲେ, ବଙ୍ଗଳା ନିର୍ମାଣ କାର୍ଯ୍ୟ ଗତ ଜାନୁଆରିରେ ସରିଯାଇଛି। ନିୟମାନୁସାରେ ଯଦି ସେଠାରେ କୌଣସି ବେଆଇନ୍‌ ନିର୍ମାଣ ବିଏମ୍‌ସି ଠାବ କଲା ତେବେ ଧାରା ୩୫୧ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଥିଲା। ଯେଉଁଥିରେ ଜବରଦଖଲକାରୀଙ୍କୁ ୭ ଦିନର ସମୟ ଦିଆଯାଇଥାଏ। ଏହି ୭ ଦିନ ଭିତରେ ଜବରଦଖଲକାରୀଙ୍କୁ ବେଆଇନ୍‌ ନିର୍ମାଣର ଉତ୍ତର ରଖିବାକୁ କିମ୍ବା ସଂଶୋଧନ କରିବାକୁ ହୁଏ।

ସମ୍ବନ୍ଧିତ ଖବର