ରାସ୍ତାରେ ଗଲାବେଳେ ଦୀପିକାଙ୍କ ସହ ଘଟିଥିଲା ଏଭଳି ଘଟଣା, ଜବାବରେ ଦେଇଥିଲେ ଶକ୍ତ ଚାପୁଡ଼ା

ନୂଆଦିଲ୍ଲୀ: ଦୀପିକା ପାଦୁକୋନ୍‌ ବଲିଉଡ୍‌ର ଟପ୍‌ ଅଭିନେତ୍ରୀ ମଧ୍ୟରୁ ଜଣେ। ଗତ କିଛିଦିନ ହେବ ଦୀପିକା ନିଜ ସିନେମା ‘ପଦ୍ମାବତ’କୁ ନେଇ ଚର୍ଚ୍ଚାରେ ରହିଛନ୍ତି। କିଛିଦିନ ଆଗରୁ ‘ପଦ୍ମାବତ୍‌’ର ନାୟିକା ଦୀପିକାଙ୍କ ମୁଣ୍ଡ କାଟ କଲେ ୧୦କୋଟି ଟଙ୍କା ପୁରସ୍କାର ମିଳିବ ବୋଲି ଘୋଷଣା କରିଥିଲା କର୍ଣ୍ଣି ସେନା। କିନ୍ତୁ ଏସବୁ ସତ୍ତ୍ୱେ  ଫିଲ୍ମ ରିଲିଜ ହେବ ବୋଲି ଜଣାପଡ଼ିବା ପରେ  ନିଜ ସିନେମାର ପ୍ରଚାରରେ ଲାଗିପଡ଼ିଥିଲେ ସେ। ଏଥିରୁ ତାଙ୍କ ଆତ୍ମବିଶ୍ୱାସକୁ ମାନିବାକୁ ପଡ଼ିଥିଲା।

ନିକଟରେ ଦୀପିକା ଏକ ମାଗାଜିନ୍‌ରେ ସାକ୍ଷାତକାର ଦେଇ କହିଛନ୍ତି, ‘ମୁଁ ଓ ମୋର ପରିବାର ଏକ ରେସ୍ତୋରାଁରୁ ଫେରୁଥିଲୁ। ସେତେବେଳେ ମୋର ବୟସ ୧୪ରୁ ୧୫ବର୍ଷ ପାଖାପାଖି ଥିଲା। ମୋର ଭଉଣୀ ଆଗରେ ବାପାଙ୍କ ସହିତ ଓ ମୁଁ ମୋର ମା’ଙ୍କ ସହିତ ଯାଉଥିଲି। ଏହି ସମୟରେ ଜଣେ ଯୁବକ ମୋ ସହିତ ଅସଦାଚଣ କରିଥିଲା। ମୁଁ ଚାହିଁଥିଲେ ଚୁପ୍‌ ରହି ପାରି ଥାଆନ୍ତି। କିନ୍ତୁ ସେପରି ନକରି ସିଧା ଦଉଡି ଯାଇ ଯୁବକର କଲରକୁ ଧରି ଶକ୍ତ ଚାପୁଡ଼ାଟିଏ ମାରିଥିଲି। ଏହି ଚାପୁଡା ମାରିବା ପରେ ମୋର ମନକୁ ଏକ ଶାନ୍ତି ମିଳିଥିଲା। ସେହିଦିନଠାରୁ ମୋର ପିତା-ମାତାଙ୍କ ବିଶ୍ୱାସ ହୋଇଯାଇଥିଲା କି ମୁଁ ମୋର ନିଜର ଯତ୍ନ ନିଜେ ନେଇପାରିବି ବୋଲି।’

ଉଲ୍ଲେଖଯୋଗ୍ୟ, ସଞ୍ଚୟ ଲୀଲା ଭଂସାଲିଙ୍କ ସିନେମା ‘ପଦ୍ମାବତ୍‌’ରେ ଦୀପିକା ପାଦୁକୋନ୍‌, ରଣବୀର ସିଂହ ଓ ସାହିଦ କପୁରଙ୍କ ଚମତ୍କାର ଅଭିନୟ ଦେଖିବାକୁ ମିଳିଛି। ସଞ୍ଜୟ ଲୀଲା ଭଂସାଲିଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ସିନେମା ଅନେକ ବିବାଦ ପରେ ରିଲିଜ ହୋଇଛି। ରିଲିଜ ହେବା ଦିନଠାରୁ ଏଯାବତ୍‌ ୩୦୦କୋଟିରୁ ଅଧିକ ଆୟ କରିସାରିଛି ‘ପଦ୍ମାବତ୍‌’।

ସମ୍ବନ୍ଧିତ ଖବର