ମୁମ୍ବାଇ: ବିଗ୍ ବି ଅମିତାଭ ବଚ୍ଚନ ଏବଂ ରେଖାଙ୍କ ପ୍ରେମ କାହାଣୀ ସମ୍ପର୍କରେ ବଲିଉଡରେ ସଭିଏଁ ଜାଣନ୍ତି। ଯେତେବେଳେ ପ୍ରେମ କାହାଣୀ ନେଇ ଅଧିକ ଚର୍ଚ୍ଚା ହେଲା ସେ‌ତେବେଳେ ଜୟା ବଚ୍ଚନ ଫିଲ୍ମ ‘ମୁକଦର କା ସିକନ୍ଦର’ ପରେ ରେଖାଙ୍କ ସହିତ କୌଣସି ଫିଲ୍ମରେ କାମ ନ କରିବା ପାଇଁ ଅମିତାଭଙ୍କ ଉପରେ କଟକଣା ଲଗାଇ ଦେଇଥିଲେ।

Advertisment

ଏହାପରେ ରେଖା ମାନସିକସ୍ତରରେ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଥିଲେ। ସେ ଏକ ସାକ୍ଷାତକାରରେ କହିଥିଲେ ମୋ ମାନସିକ ଯନ୍ତ୍ରଣା ଜୟା ବଚ୍ଚନଙ୍କଠାରୁ ବହୁ କୁଣା ଅଧିକ। ମୋ  ମନର ଯନ୍ତ୍ରଣା କିଏ ବୁଝୁଛି? ମତେ ଅମିତାଭ ଦୁଇଟି ମୁଦି ଉପହାର ଦେଇଥିଲେ। ସେ ମୁଦି ଦୁଇଟିକୁ ମୁଁ ସବୁବେଳେ ପିନ୍ଧୁଥିଲି।

1aa,zmnxa

ମାତ୍ର ଯେତେବେଳେ ଜୟାଙ୍କ କଟକଣା ଯୋଗୁ ଅମିତାଭ ମୋ ସହିତ ଫିଲ୍ମ କରିବାକୁ ମନା କଲେ ମୁଁ ଦୁଃଖରେ ଭାଙ୍ଗି ପଡ଼ିଲି ଏବଂ ସେ ମୁଦି ଦୁଇଟି ଅମିତାଭଙ୍କୁ ଫେରାଇ ଦେଇଥିଲି। ରେଖାଙ୍କ ମନର ଏଭଳି କଥା ୟାସିର ଊସମାନଙ୍କ ପୁସ୍ତକରେ ମଧ୍ୟ ଉଲ୍ଲେଖ ରହିଛି। ୟାସିର ରେଖାଙ୍କ ଜୀବନୀ ଉପରେ ଏହି ପୁସ୍ତକ ଲେଖିଥିଲେ।

1camznx

ପୁସ୍ତକରେ ‌ଉଲ୍ଲେଖ କରାଯାଇଛି ରେଖା ଏହି ମୁଦି ଦୁଇଟିକୁ ଶୋଇବା ସମୟରେ ମଧ୍ୟ କାଢୁ ନ ଥିଲେ। ମୁଦି ଦୁଇଟି ସବୁବେଳେ ରେଖାଙ୍କ ପାଖରେ ରହୁଥିଲା। ରେଖା କହିଛନ୍ତି ମୋ ଦୁଃଖ ଯନ୍ତ୍ରଣା ଜୟାଙ୍କ ଅପେକ୍ଷା ବହୁ ଅଧିକ।

 ରେଖା କହିଥିଲେ କିଛି ଦିନ ତଳେ ଏକ ପୁରସ୍କାର ଉତ୍ସବରେ ମୁଁ ନିଜର ଏକ ଲେଖା ପଢ଼ିଥିଲା। ଉପସ୍ଥିତ ଲୋକେ ଭାବୁଥିଲେ ଯେ, ମୁଁ ତାହା ଅମିତାଭଙ୍କ ପାଇଁ ଲେଖିଥିଲି ବୋଲି କିନ୍ତୁ ପ୍ରକୃତରେ ତାହା ଜୟାଙ୍କ ଉଦ୍ଦିଷ୍ଟ ଥିଲା।

1d

ସେ ଲେଖା ଥିଲା, ‘ମୁଁ ତୁମକୁ ଦେଖି‌ଲି, ତୁମେ ମୁହଁ ବୁଲାଇ ନେଲ, କାହିଁକି ତୁମକୁ ଲାଗୁଛି ତୁମେ ମୋଠାରୁ ଅଧିକ ଖରାପ ଅବସ୍ଥାରେ ରହିଛ ବୋଲି। କ’ଣ ତୁମେ ଦେଖି ପାରୁନ ମୋ ଅବସ୍ଥା ତୁମଠାରୁ ବହୁଗୁଣା ଖରାପ ରହିଛି।

ହଁ ତୁମ ଚାହାଣୀରେ ବେଦନା ରହିଛି ଏହା ମୁଁ ସ୍ବୀକାର କରୁଛି। କିନ୍ତୁ ତୁମେ କ’ଣ ମୋ ହୃଦୟର ଗଭୀରତମ ଅଞ୍ଚଳରେ ଥିବା ଆଘାତ ଦେଖି ପାରୁନ।  ଏହି ଆଘାତ ତୁମର କଣ୍ଟା ଭଳି ଫୋଡ଼ି ହେଉଥିବା ଚାହାଣୀଠାରୁ ମଧ୍ୟ ଅଧିକ ଗଭୀର।’

ରେଖା ପୁଣି କହିଥିଲେ, ଲୋକେ କହୁଛନ୍ତି ସ୍ତ୍ରୀର ସ୍ଥାନ ଏକ ପାଦ ଉପରେ ରହିଥାଏ। କାରଣ ସ୍ତ୍ରୀ ପାଖରେ ସ୍ବାମୀ ରହିଥାଏ।
କିନ୍ତୁ ମୁଁ କହୁଛି ଦ୍ବିତୀୟ ସ୍ତ୍ରୀର ସ୍ଥାନ ଦଶପାଦ ଉପରେ ରହିଥାଏ। କାରଣ ସ୍ତ୍ରୀ ଥାଇ ମଧ୍ୟ ସ୍ବାମୀ ଦ୍ବିତୀୟ ସ୍ତ୍ରୀର ଆଶା ରଖିଥାଏ।
ପ୍ରଶ୍ନ ତାହା ନୁହେଁ ଯେ, ଜୟା ବଚ୍ଚନଙ୍କ ପାଖରେ ଏଭଳି କ’ଣ ଅଛି ଯାହା ମୋ ପାଖରେ ନାହିଁ। ପ୍ରକୃତ ପ୍ରଶ୍ନ ହେଉଛି ଜୟାଙ୍କ ପାଖରେ ଏଭଳି କ’ଣ ଅଛି ଯାହା ମୋ ପାଖରେ ମଧ୍ୟ ରହିଛି।

1b

ସମୟ ବିତି ଯାଇଛି। ଅମିତାଭ ଏବଂ ରେଖା ପରିଣତ ବୟସରେ ଆସି ପହଞ୍ଚିଛନ୍ତି। ତେବେ ଏବେ ପୁଣି ରେଖାଙ୍କ ସେହି ପୁରୁଣା ମନ୍ତବ୍ୟ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି। ଏହାକୁ ୟୁଜର ଅଧିକରୁ ଅଧିକ ସେୟାର ମଧ୍ୟ କରୁଛନ୍ତି।