‘ସଞ୍ଜୁ’ ଫିଲ୍ମକୁ ନେଇ ପୁଣି ଚର୍ଚ୍ଚା, ପରଦା ଉପରେ ସଞ୍ଜୟ ଦତ୍ତଙ୍କ ଭାବମୂର୍ତ୍ତିକୁ ସୁଧାରିବା ପାଇଁ ଚେଷ୍ଟା କରାଯାଇଛି ବୋଲି ଲଗା ଯାଇଥିବା ଆରୋପକୁ ନେଇ ମୁହଁ ଖୋଲିଲେ ହିରାନୀ

ମୁମ୍ବାଇ: ସିନେମା ଘର ମଧ୍ୟରୁ ଫିଲ୍ମ ‘ସଞ୍ଜୁ’ ବାହାରି ସାରିଥିବା ବେଳେ ‘ସଞ୍ଜୁ’କୁ ନେଇ ସୃଷ୍ଟି ହୋଇଥିବା ପ୍ରଶ୍ନ ଏ ପର୍ଯ୍ୟନ୍ତ ଥମିବାର ନାଁ ନେଉ ନାହିଁ । ଫିଲ୍ମରେ ନିର୍ଦ୍ଦେଶକ ରାଜକୁମାର ହିରାନୀ ଅଭିନେତା ସଞ୍ଜୟ ଦତ୍ତଙ୍କ ଭାବମୂର୍ତ୍ତିକୁ ସୁଧାରିବା ପାଇଁ ଚେଷ୍ଟା କରିବା ସହ ଅନେକ କଥା ଦେଖାଇ ନଥିବା ଅଭିଯୋଗ ହୋଇଥିଲା । ଯାହାର ଉତ୍ତର ଏବେ ରଖିଛନ୍ତି ହିରାନୀ । କିଛି ଦିନ ପୂର୍ବରୁ ‘ସଞ୍ଜୁ’ର ଦ୍ୱିତୀୟ ଭାଗ ତିଆରି ହେବ ବୋଲି ଖବର ଆସିଥିବା ବେଳେ ଭାବମୂର୍ତ୍ତିକୁ ସୁଧାରିବା କଥାକୁ ନେଇ ମୁହଁ ଖୋଲିଛନ୍ତି ହିରାନୀ ।

Hindustan Times

ସୂଚନା ମୁତାବକ, ଫିଲ୍ମକୁ ଇଣ୍ଟରନ୍ୟାସ୍‌ନାଲ ଫିଲ୍ମ ଫେଷ୍ଟିଭାଲ ଅଫ୍‌ ମେଲବର୍ଣ୍ଣରେ ପ୍ରଦର୍ଶିତ କରାଯାଇଥିବା ବେଳେ ହିରାନୀଙ୍କୁ ଆଇଏଏନ୍‌ଏସ୍‌ ତରଫରୁ ଭାବମୂର୍ତ୍ତି ସୁଧାରିବା କଥାକୁ ନେଇ ପ୍ରଶ୍ନ କରାଯାଇଥିଲା । ଏହାର ଉତ୍ତର ରଖିବାକୁ ଯାଇ “କିଛି ଲୋକ ମିଥ୍ୟା ଆରୋପ ଲଗାଇଛନ୍ତି । ଫିଲ୍ମ ଦେଖିବା ପରେ ଆପଣମାନେ ଜାଣି ପାରିବେ ସଞ୍ଜୟଙ୍କ ଜୀବନର କେତେ ସତ ଆମେ ଦେଖାଇଛୁ । ତାଙ୍କ ପାଖରେ ବନ୍ଧୁକ ଥିଲା, ସେ ଡ଼୍ରଗ୍ସ ନେଉଥିଲେ ଏବଂ ତାଙ୍କୁ ୫ବର୍ଷ ଜେଲ ଦଣ୍ଡ ହୋଇଥିଲା । ସେ ସବୁ ବିଷୟରେ ଆମେ ଦେଖାଇଛୁ । ଯାହା ସେ ଭୁଲ କରିଥିଲେ ଏବଂ ଦଣ୍ଡ ପାଇଥିଲେ ସବୁ ଆମେ ଦେଖାଇଛୁ । ଯଦି ଭାବମୂର୍ତ୍ତି ସୁଧାରିବାର ଥାନ୍ତା ତେବେ ଆମେ କେବେ ହେଲେ ସେ ସବୁ ଦେଖା ନଥାନ୍ତୁ” ବୋଲି ସେ କହିଥିଲେ ।

ସମ୍ବନ୍ଧିତ ଖବର