ରିତିକ୍‌ଙ୍କୁ ନେଇ କଙ୍ଗନାଙ୍କ ବୟାନ; ପ୍ରଥମେ ବିବାହର ପ୍ରତିଶ୍ରୁତି ଦେଇ ପରେ ପାଗଳ ବୋଲି କହନ୍ତି, ସେଭଳି ଲୋକଙ୍କ ସହ କାମ ନ କରିବା ଉଚିତ୍‌

ମୁମ୍ବାଇ : ବଲିଉଡ୍‌ରେ ଏବେ #ମି ଠୁ ଅଭିଯାନକୁ ନେଇ ଚର୍ଚ୍ଚା । ଏହି ଅଭିଯାନ ମାଧ୍ୟମରେ ବଡ଼ ବଡ଼ କଳାକାରଙ୍କ ଅସଲ ମୁଖା ସାମ୍ନାକୁ ଆସିଥିବା ବେଳେ ଅଭିନେତ୍ରୀମାନେ ନିଜ ସହ ହୋଇଥିବା ଯୌନ ଶୋଷଣ ବିଷୟରେ ସର୍ବ ସମ୍ମୁଖରେ କହିବାକୁ ସାହସ କରୁଛନ୍ତି । ପୂର୍ବରୁ ତନୁଶ୍ରୀ ଦତ୍ତା,ସୋନା ମହାପାତ୍ର ଏବଂ ଫ୍ଲୋରା ସାଇନିଙ୍କ ଭଳି ଅନେକ ଅଭିନେତ୍ରୀ ଯୌନ ଶୋଷଣ ବିଷୟରେ ଖୋଲାଖୋଲି ଭାବରେ କଥା ହୋଇଥିବା ବେଳେ ଏବେ ଏଥିରେ ସାମିଲ ହୋଇ ଅଭିନେତ୍ରୀ କଙ୍ଗନା ରାନାଓ୍ଵତ୍‌ ।

aajtak.intoday.in

“ଏଠାରେ କେବଳ ମହିଳାମାନଙ୍କ ସହ ଜୋର ଜବରଦସ୍ତ କରୁଥିବା ଲୋକ ନାହାନ୍ତି । ଏଠାରେ ମିଥ୍ୟା ପ୍ରତିଶ୍ରୁତି ଦେଇ ଠକିବା ଲୋକ ମଧ୍ୟ ଅଛନ୍ତି । ବିକାଶଙ୍କ ସହ ଯାହା ହେଲା ତାହା ଭଲ ହେଲା । ଏମିତି ଅନେକ ଲୋକ ଇଣ୍ଡଷ୍ଟ୍ରିରେ ଅଛନ୍ତି । ଏତିକିରେ ଆମେ ଚୁପ୍‌ ରହିଯିବା ଠିକ୍‌ ନୁହେଁ । ଆହୁରି ଅନେକ ବାଟ ଯିବାର ଅଛି । ଏଠାରେ ମହିଳାମାନଙ୍କ ଯୌନ ଶୋଷଣ କରିବା ସହ କିଛି ଲୋକ ବିବାହ ବା କାମ ଦେବା ବାହାନାରେ ମହିଳାମାନଙ୍କ ଫାଇଦା ଉଠାଇଥାନ୍ତି । ନିଜ ପତ୍ନୀଙ୍କୁ ଘରେ ସଜାଇ ରଖି ବାହାରେ ଅନ୍ୟ ମହିଳାଙ୍କ ସହ ରାତି ବିତାନ୍ତି । ହଁ! ମୁଁ ଏଠାରେ ତାଙ୍କ(ରିତିକ୍‌ ରୋଶନ)କଥା ହିଁ କହୁଛି । ତାଙ୍କ ସହ କେହି କାମ ନ କରିବା ଦରକାର । ସେଭଳି ଲୋକଙ୍କୁ ଇଣ୍ଡଷ୍ଟ୍ରିରୁ ବାହାର କରିଦେବା ଦରକାର” ବୋଲି କଙ୍ଗନା କହିଥିଲେ । ତାଙ୍କର ଏଭଳି ମତରୁ ଏବେ ମଧ୍ୟ ତାଙ୍କ ମନରେ ରିତିକ୍‌ଙ୍କ ପାଇଁ ଘୃଣାଭାବ ରହିଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର