ରଣବୀର-ଆଲିଆଙ୍କ ବିବାହରେ ଅତିଥିଙ୍କୁ ମିଳିଛି ଏହି ଉପହାର, ରଣବୀରଙ୍କୁ ତାଙ୍କ ଶାଶୁ ଦେଇଛନ୍ତି…

ମୁମ୍ବାଇ: ବହୁ ଦିନର ଅପେକ୍ଷା ପରେ ଶେଷରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ବଲିଉଡ୍‌ ଷ୍ଟାର୍‌ ରଣବୀର କପୁର ଓ ଆଲିଆ ଭଟ୍ଟ। ଏବେ ତାଙ୍କର ବିବାହ ଫଟୋ ଓ ବିବାହକୁ ନେଇ ଘଟିଥିବା ବିଭିନ୍ନ ଘଟଣାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ରଣବୀର ଓ ଆଲିଆଙ୍କ ବିବାହ ଲୁକ୍‌ ବିଷୟରେ ତ ଆପଣ ଜାଣି ସାରିଲେଣି। ଆପଣ ଏକଥା ଜାଣିଛନ୍ତି କି ବିବାହକୁ ଆସିଥିବା ଅତିଥିମାନଙ୍କୁ ବିବାହରେ କ’ଣ ଉପହାର ମିଳିଛି?

ହିନ୍ଦୁସ୍ତାନ ଟାଇମ୍ସର ରିପୋର୍ଟ ମୁତ‌ାବକ, ବିବାହ ଦିନ ହିଁ ରଣବୀର ଓ ଆଲିଆଙ୍କର ନିର୍ବଦ୍ଧ ହୋଇଛି। ଏହି ନିର୍ବଦ୍ଧ ସମୟରେ ରଣବୀରଙ୍କୁ ଏକ ରିଷ୍ଟ୍‌ ବ୍ୟାଣ୍ଡ୍‌ ଓ ଆଲିଆଙ୍କୁ ଏକ ମୁଦି ମିଳିଛି। ରଣବୀର କପୁରଙ୍କ ଶାଶୁ ତାଙ୍କୁ ଏକ ମହଙ୍ଗା ଘଡ଼ି ଉପହାର ଦେଇଛନ୍ତି। ସୂତ୍ରରୁ ଜାଣିବାକୁ ମିଳିଛି ଯେ ରଣବୀରଙ୍କୁ ମିଳିଥିବା ଏହି ଘଡ଼ିର ଦାମ ପ୍ରାୟ ୨.୫୦ କୋଟି ହେବ।

ତେବେ ବିବାହରେ ଉପସ୍ଥିତ ଥିବା ଅତିଥିମାନଙ୍କୁ ଆଲିଆଙ୍କ ପସନ୍ଦର କାଶ୍ମୀର ସାଲ୍‌ ଉପହାର ଆକାରରେ ମିଳିଛି ବୋଲି ସୂଚନା ରହିଛି। ଏହି ସାଲ୍‌ ପାଇବା ପରେ ବିବାହକୁ ଆସିଥିବା ସମସ୍ତ ଅତିଥି ଏକଦମ ଖୁସି ଥିବା ନଜର ଆସିଛନ୍ତି।

ସୂତ୍ରରୁ ଜାଣିବାକୁ ମିଳିଛି ଯେ ଜୋତା ଚୋରି ରୀତି ବେଶ୍‌ ମଜାଦାର୍‌ ଥିଲା। ଆଲିଆଙ୍କ ପକ୍ଷର ଝିଅମାନେ ରଣବୀରଙ୍କୁ ୧୧.୫ କୋଟି ଦାବି କରିଥିଲେ। କାଫି ମସ୍ତି ମଜାକ ପରେ ରଣବୀର ତାଙ୍କ ଶାଳୀମାନଙ୍କୁ ୧ ଲକ୍ଷ ଟଙ୍କାର ଲଫାପା ଦେଇଥିବା ଜାଣିବାକୁ ମିଳିଛି।

 

ସମ୍ବନ୍ଧିତ ଖବର