ସୁଶାନ୍ତଙ୍କ ମରଶରୀର ଥିବା ଶବାଗାରକୁ ରିୟା କେଉଁ ଅଧିକାର‌ରେ ଗଲେ?

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାର ଯାଞ୍ଚ ସିବିଆଇ କରୁଥିବା ବେଳେ ସୁଶାନ୍ତଙ୍କ ପରିବାରର ଓକିଲ ବିକାଶ ସିଂହ କହିଛନ୍ତି, ଜୁନ୍ ୮ରେ ରିୟାଙ୍କ ସହ ସୁଶାନ୍ତଙ୍କ ସମ୍ପର୍କ ଛିନ୍ନ ହୋଇଯାଇଥିଲା। ତେଣୁ କିପରି ସୁଶାନ୍ତଙ୍କ ଶବ ଥିବା ଶବାଗାରକୁ ଯିବାକୁ ରିୟା ଅନୁମତି ପାଇଲେ? ଏନେଇ ସେ ମୁମ୍ବାଇ ପୁଲିସ୍‌ଠାରୁ ଏକ ସ୍ପଷ୍ଟୀକରଣ ଲୋଡ଼ିଛନ୍ତି। ବିକାଶ ଏକ ଜାତୀୟ ଗଣମାଧ୍ୟମକୁ କହିଛନ୍ତି, ସମ୍ପର୍କ ଛିନ୍ନ ପରେ ରିୟା ସମସ୍ତ ଜିନିଷ ନେଇ ସୁଶାନ୍ତଙ୍କ ଫ୍ଲାଟ୍‌ରୁ ବାହାରି ଯାଇଥିଲେ। ଗଲା ବେଳେ ସାଥିରେ ଦୁଇଟି ବଡ଼ ବ୍ୟାଗ୍‌ରେ ମୂଲ୍ୟବାନ ଜିନିଷ ନେଇଯାଇଥିଲେ। ଯେବେ ସୁଶାନ୍ତଙ୍କ ଦୁଇଟି ଲକର ଖୋଲାଗଲା, ତାହା ସମ୍ପୂର୍ଣ୍ଣ ଖାଲି ଥିଲା। ଯଦି ସେ ସମସ୍ତ ଜିନିଷ ନେଇ ଚାଲି ଯାଇଥିଲେ, ତେବେ ଶବାଗାରକୁ ସେ କେଉଁ ଅଧିକାରରେ ଯାଇଥିଲେ ବୋଲି ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର