ମୁମ୍ବାଇ : ବଲିଉଡ୍ ଅଭିନେତା ଶାହିଦ୍ କପୁର ସବୁ ବେଳେ ନିଜ ବ୍ୟକ୍ତିଗତ ଏବଂ ପେଶାଦାର ଜୀବନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଏବେ ସେ ନିଜ ଫିଲ୍ମ କବୀର ସିଂହଙ୍କୁ ନେଇ ଲାଇମ୍ ଲାଇଟରେ ରହିଛନ୍ତି । ଫିଲ୍ମର ରିଲିଜ୍ ତାରିଖ ପାଖେଇ ଆସୁଥିବା ବେଳେ ପ୍ରମୋସନରେ ବ୍ୟସ୍ତ ଅଛନ୍ତି ଶାହିଦ୍ । ତେବେ ସେ ଏ ସପ୍ତାହରେ କପିଲଙ୍କ କମେଡି ସୋ’ରେ ଯାଇ ପହଞ୍ଚିଥିଲେ । ଯେଉଁଠି ସେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ଆଲୋଚନା କରିଥିବା ଦେଖା ଯାଇଥିଲା ।
/sambad/media/post_attachments/wp-content/uploads/2019/06/article-l-201736811441642256000-300x171.jpg)
କପିଲ ଶାହିଦ୍ଙ୍କୁ ଏକ ପ୍ରଶ୍ନ କରିଥିଲେ । ଯାହାର ମଜାଦାର ଉତ୍ତର ଦେଇଥିଲେ ଶାହିଦ୍ । ପତ୍ନୀ ମୀରା ରାଗିଗଲେ ତୁମେ କ’ଣ କର ବୋଲି କପିଲ ଶାହିଦ୍ଙ୍କୁ ପଚାରିବା ପରେ, ଯେତେବେଳେ ମୁଁ ଭୁଲ କରେ ମୁଁ କ୍ଷମା ମାଗେ । ମୀରା ଭୁଲ କଲେ ମଧ୍ୟ ମୁଁ କ୍ଷମା ମାଗେ ବୋଲି କହିଥିଲେ ଶାହିଦ୍ । ଶାହିଦ୍ଙ୍କ ଏହି ଉତ୍ତର ଉପସ୍ଥିତ ଲୋକଙ୍କୁ ଖୁବ୍ ହସାଇଥିଲା ।