ମୁମ୍ବ‌ାଇ: ଶୁକ୍ରବାର ବିଳମ୍ବିତ ରାତିରେ ଅଭିନେତ୍ରୀ ତଥା ମଡେଲ ଶେଫାଳୀ। ଜରିୱାଲାଙ୍କ ମୃତ୍ୟୁ ହୋଇଛି। ମାତ୍ର ୪୨ ବର୍ଷ ବୟସରେ ହୃଦ୍‌ଘାତରେ ଜୀବନ ହରାଇଛନ୍ତି ଅଭିନେତ୍ରୀ ଶେଫାଳୀ। ତାଙ୍କ ମୃତ୍ୟୁ ପରେ ସେ ରହୁଥିବା ସୋସାଇଟିର ସିକ୍ୟୁରିଟି ଗାର୍ଡ ବା ସୁରକ୍ଷାକର୍ମୀ ଶତ୍ରୁଘ୍ନ ସେହି ଦୁଃଖଦ ରାତିର ଘଟଣାକୁ ଏବେ ବଖାଣିଛନ୍ତି। 

Advertisment

ଶୁକ୍ରବାର ବିଳମ୍ବିତ ରାତିରେ ହୃଦଘାତରେ ଶେଫାଳୀ ମୃତ୍ୟୁ ହୋଇଥିବା ଜଣାପଡିଛି। ସେଫାଳୀଙ୍କୁ ହସ୍ପିଟାଲକୁ ନେବା ସମୟରେ ସୁରକ୍ଷାକର୍ମୀ ଶତ୍ରୁଘ୍ନ ଡ୍ୟୁଟିରେ ଥିଲେ। ଘଟଣାକ୍ରମକୁ ମନେ ପକାଇ ସେ କହିଛନ୍ତି, "ରାତି ପ୍ରାୟ ୧୦.୩୦ରେ, ଶେଫାଳୀ ଜିଙ୍କୁ ହସ୍ପିଟାଲକୁ ନିଆଯାଇଥିଲା। ଏହା ପୂର୍ବରୁ, ପ୍ରାୟ ୯ଟା ସମୟରେ ତାଙ୍କ ସ୍ୱାମୀ ପରାଗ ତ୍ୟାଗୀ ଏକ ମୋଟରସାଇକେଲରେ ସୋସାଇଟିକୁ ଆସିଥିଲେ। ମୁଁ ହିଁ ଗେଟ୍ ଖୋଲିଥିଲି।"

ସେ ଦମ୍ପତିଙ୍କୁ ଦେଖିବାର କଥା ମଧ୍ୟ ମନେ ପକାଇ କହିଛନ୍ତି , "ପହରିଦିନ ସନ୍ଧ୍ୟାରେ, ଶେଫାଳୀ ଏବଂ ପରାଗଙ୍କୁ ସେମାନଙ୍କ କୁକୁର ସହିତ ସୋସାଇଟି ପରିସରରେ ବୁଲିଥିବାର ଦେଖିଥିଲି।’’

ଶେଫାଳୀଙ୍କୁ ହସ୍ପିଟାଲକୁ ନିଆଯିବା ପରେ ପୁଲିସ ଦଳ ଏବଂ ଫରେନସିକ୍ ୟୁନିଟ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି, "ଗତକାଲି ରାତିରୁ ପୁଲିସ ଭିତରେ ଅଛି। ଦୁଇଟି ମୋବାଇଲ୍, ଫରେନସିକ୍ ୟୁନିଟ୍ ଗାଡ଼ି ମଧ୍ୟ ଥିଲା। ସେଥିରୁ ଗୋଟିଏ ଚାଲିଯାଇଛି, ଗୋଟିଏ ଏବେ ବି ଏଠାରେ ଅଛି।"

ଶେଫାଳୀଙ୍କ ମୃତ୍ୟୁ ବିଷୟରେ ଜାଣିବାର ମୁହୂର୍ତ୍ତ ବର୍ଣ୍ଣନା କରି ସେ କହିଛନ୍ତି, "ତାଙ୍କୁ ଡାକ୍ତରଖାନା ନିଆଯିବା ପରେ, ଜଣେ ବ୍ୟକ୍ତି ଏକ ମୋଟରସାଇକେଲରେ ଆସିଲେ। ସେ ତାଙ୍କର ଜଣେ ବନ୍ଧୁ ପରି ମନେ ହେଉଥିଲେ। ଆମକୁ ଜଣାଇଲେ ଯେ ଶେଫାଳୀ ଆଉ ନାହାନ୍ତି। ଆମେ ଶୁଣିବା ପରେ ବିଶ୍ୱାସ କରିପାରିଲୁ ନାହିଁ। ଗତକାଲି ମାଡାମଙ୍କୁ ଦେଖିଥିଲୁ।’’