ନୂଆଦିଲ୍ଲୀ : ଭାରତୀୟ କ୍ରିକେଟରମାନେ ବଲିଉଡ୍ ସୁନ୍ଦରୀଙ୍କ ପ୍ରେମରେ ପଡ଼ିବା କିଛି ନୂଆ କଥା ନୁହେଁ । ପୂର୍ବରୁ ଅନେକ କ୍ରିକେଟର ବଲିଉଡ୍ ଅଭିନେତ୍ରୀଙ୍କୁ ଭଲ ପାଇ ବିବାହ କରିଛନ୍ତି । ଏବେ ସେହି ସୂଚୀରେ ଏକ ନୂଆ ନାଁ ସାମିଲ ହୋଇଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କ୍ରିକେଟର କେ.ଏଲ.ରାହୁଲ ବଲିଉଡ୍ ଅଭିନେତ୍ରୀ ସୋନଲ ଚୌହାନଙ୍କୁ ଡେଟ୍ କରୁଥିବା ନେଇ ଏବେ ଜୋର ସୋରରେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି ।
aajtak.intoday.inବଲିଉଡ୍ ଏବଂ କ୍ରିକେଟ ଦୁନିଆରେ ଏହି ଖବର ପ୍ରସାର ହେବାରେ ଲାଗିଛି । ତେବେ ଏଭଳି ଚର୍ଚ୍ଚା ହେବା ପରେ ସୋନଲ ନିଜର ପ୍ରତିକ୍ରିୟା ରଖିଛନ୍ତି । କେ.ଏଲ.ରାହୁଲଙ୍କ ସହ ତାଙ୍କର ପ୍ରେମ ସଂପର୍କ ଥିବା ନେଇ ଯେଉଁ ଚର୍ଚ୍ଚା ହେଉଛି, ତାହା ସଂପୂର୍ଣ୍ଣ ମିଛ ବୋଲି କହିଛନ୍ତି ସୋନଲ । ରାହୁଲ ଜଣେ ଭଲ ମଣିଷ ଏବଂ ଭଲ କ୍ରିକେଟର । କିନ୍ତୁ ତାଙ୍କ ସହ ମୋର କୌଣସି ପ୍ରେମ ସଂପର୍କ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ସୋନଲ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/QjTrlINlrk.jpg)