ଆଠ ବର୍ଷ ବୟସରେ ଦେଖିଥିବା ସ୍ବପ୍ନକୁ ପୂରା କରିଛନ୍ତି ଆଲିଆ ଭଟ୍ଟ

ମୁମ୍ବାଇ: ଅଭିନେତ୍ରୀ ଆଲିଆ ଭଟ୍ଟ ବଲିଉଡ୍‌ର ଜଣେ ପ୍ରସିଦ୍ଧ କଳାକାର। ପିଲାଦିନେ ଅନେକ ସ୍ବପ୍ନ ଥାଏ। କିଏ ଡାକ୍ତର, କିଏ ଇଞ୍ଜିନିୟର, କିଏ କଣ୍ଠଶିଳ୍ପୀ ତ ପୁଣି ଆଉ କିଏ ଆଉ କ’ଣ ବନିବାର ସ୍ବପ୍ନ ଦେଖିଥାନ୍ତି। ମାତ୍ର ପିଲାଦିନର ସ୍ବପ୍ନ ଅନେକ ସାକାର କରିପାରନ୍ତି ନାହିଁ। ହେଲେ ପିଲାଦିନେ ଦେଖିଥିବା ସ୍ବପ୍ନକୁ ବାସ୍ତବ ରୂପ ଦେବାରେ ସମର୍ଥ ହୋଇଛନ୍ତି ଆଲିଆ।

ସିନେ ନିର୍ମାତା ମହେଶ ଭଟ୍ଟ ଓ ଅଭିନେତ୍ରୀ ସୋନି ରାଜ୍‌ଦାନଙ୍କ ତନୟା ଆଲିଆ ଛୋଟବେଳୁ ହିଁ ଅଭିନେତ୍ରୀ ‌ହେବାର ସ୍ବପ୍ନ ଦେଖିଥିଲେ। ଆଲିଆ ଯେତେବେଳେ ଛୋଟ ଥିଲେ ସେ ‘ଜିନା ଇସିକା ନାମ୍‌ ହୈ’ ନାମକ ଏକ ରିୟଲିଟି ସୋ’ରେ ମହେଶ ଓ ସୋନିଙ୍କ ସହ ଯୋଗ ଦେଇଥିଲେ। ସୋ’ର ହୋଷ୍ଟ୍‌ ସୁରେଶ ଓବରୟ ତାଙ୍କୁ ବଡ ହେଲେ କ’ଣ ହେବ ବୋଲି ପଚାରିବାରୁ ଆଲିଆ ଉତ୍ତର ଦେଇଥିଲେ, ‘ଅଭିନେତ୍ରୀ ହେବି’।

 

 

View this post on Instagram

 

Bhatt Family Interview. . . .VC:- @aliaabhattdreamer . . @aliaabhatt @grish1234 @puneetbsaini @stylebyami @shnoy09 @priyanka.s.borkar @shaheenb @sonirazdan @yiannitsapatori @poojab1972 @maheshfilm @meghnagoyal1 @devika.advani @akansharanjankapoor @kripamehta93 @tanya.sg @adityaseal @tinala13 @neetu54 @karanjohar @riddhimakapoorsahniofficial @suniltalekar1977 Follow me :- @aliaabhattpics ❤️ . . . . Use :- #aliaabhattpics . #aliabhatt #alia #aliabhattfans #aliabhatthottest #aliabhattfc #salmankhan #shahrukhkhan #ranbirkapoor #ranveersingh #shraddhakapoor #sunnyleone #dishapatani #saraalikhan #katrinakaif #kareenakapoor #latestfashion #bollywood #hollywoodunlocked #deepikapadukone #takht #varundhawan #sanjaydutt #sanjubaba #sonakshisinha #sonamkapoor #instagram #sadak2 #kritisanon

A post shared by Alia 🌸 FAN PAGE (@aliaabhattpics) on

ଆଲିଆଙ୍କୁ ସେତେବେଳେ ୮ ବର୍ଷ ହୋଇଥାଏ। ତେବେ ସେହି ମଞ୍ଚରେ ଆଲିଆଙ୍କ ବ୍ୟତୀତ ସାହିନ୍‌ ଓ ପୂଜା ଭଟ୍ଟ ବି ଥିଲେ। ପୂଜା ସାହିନ୍‌ଙ୍କ ସଂପର୍କରେ କହିବା ସହ ସେ ଅଭିନେତ୍ରୀ ହେବାକୁ ଆଗ୍ରହୀ ନୁହେଁ ବୋଲି ଜଣାଇଥିଲେ। ସାହିନ୍‌ ମହେଶଙ୍କ ପରି ନିର୍ଦ୍ଦେଶକ ହେବାକୁ ଚାହାନ୍ତି କି? ବୋଲି ପଚାରାଯିବାର ପ୍ରଶ୍ନର ଉତ୍ତର ଦେଇ ସେ କହିଥିଲେ, ‘ନାଇଁ ମୁଁ ଲେଖିକା ହେବାକୁ ଚାହ‌େଁ’।

ସମ୍ବନ୍ଧିତ ଖବର