ସୋସିଆଲ୍‌ ମିଡିଆରେ ଛାଇଲା ଜାହ୍ନବୀଙ୍କ ପିଲାଦିନର ଭିଡିଓ, ସଲ୍‌ମାନଙ୍କ ପ୍ରଶ୍ନର ଦେଉଛନ୍ତି ଏପରି କୌତୂକିଆ ଉତ୍ତର

ମୁମ୍ବାଇ: ଦିବଗଂତ ଶ୍ରୀଦେବୀ ଏବଂ ବୋନି କପୁରଙ୍କ ଦୁଇ ଝିଅ ଜାହ୍ନବୀ ଓ ଖୁସି ଅନେକ ସମୟରେ ସୋସିଆଲ୍‌ ମିଡିଆରେ ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ଜାହ୍ନବୀଙ୍କ ପିଲାଦିନର ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ଭିଡିଓରେ ଜାହ୍ନବୀଙ୍କୁ ଦବଙ୍ଗବୟ ସଲ୍‌ମାନ ଏକ ପ୍ରଶ୍ନ ପଚାରୁଥିବାର ଦେଖିବାକୁ ମିଳିଛି। ସ୍ବର୍ଗରୁ କ’ଣ ସ୍ଥିରୀକୃତ ହୋଇଥାଏ ବୋଲି ସଲୁ ମିଆଁ ଏକ ପ୍ରଶ୍ନ ପଚାରୁଥିବାର ଦେଖିବାକୁ ମିଳିଛି। ଏହି ପ୍ରଶ୍ନର ଉତ୍ତର ଦେଇ ଜାହ୍ନବୀ କହୁଛନ୍ତି କି, ‘ମୋତେ ଲାଗୁଛି ମାଆବାପା ସ୍ବର୍ଗରୁ ଗଢ଼ା ହୋଇଥାନ୍ତି।’

ଶ୍ରୀଦେବୀ ଏପରି କହିବା ବେଳେ ବୋନି କପୁର ଓ ଶ୍ରୀଦେବୀ ସେଠାରେ ଉପସ୍ଥିତ ରହି ହସୁଥିବାର ଦେଖିବାକୁ ମିଳିଛି। ଭିଡିଓରେ ଜାହ୍ନବୀଙ୍କ ପାଖରେ ସାନ ଭଉଣୀ ଖୁସିଙ୍କୁ ବି ଦେଖିବାକୁ ମିଳିଛି।

 

ଉଲ୍ଲେଖଯୋଗ୍ୟ, ୨୦୧୮ ମସିହାରେ ଦୁବାଇରେ ଏକ ଦୁର୍ଘଟଣାରେ ଜାହ୍ନବୀଙ୍କ ମାଆ ତଥା ବଲିଉଡର ପ୍ରଥମ ଲେଡିସୁପର୍‌ଷ୍ଟାର୍‌ ଶ୍ରୀଦେବୀଙ୍କର ମୃତ୍ୟୁ ଘଟିଛି। ତାଙ୍କର କୋଟି କୋଟି ପ୍ରଶଂସକ ଏବେ ବି ତାଙ୍କୁ ମନେ ପକାଉଛନ୍ତି।

ସମ୍ବନ୍ଧିତ ଖବର