ଅଭିନେତା ଶେଖର ସୁମନଙ୍କୁ ଦେଖି ଏଭଳି ପରାମର୍ଶ ଦେଇଥିଲେ ଦିବଂଗତ ପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ,ଜାଣନ୍ତୁ କ’ଣ ଥିଲା ତାହା

ମୁମ୍ବାଇ : ଜଣାଶୁଣା ଅଭିନେତା ଶେଖର ସୁମନ ଏବେ ଲାଇମ୍‌ଲାଇଟ୍‌ରୁ ନିଜକୁ ଦୂରରେ ରଖିଥିବା ବେଳେ ସୋସିଆଲ ମିଡ଼ିଆରେ ନିଜକୁ ଆକ୍ଟିଭ୍‌ ରଖିଛନ୍ତି । ନିଜ ପ୍ରଶଂସକମାନଙ୍କ ସହ ଯୋଡ଼ି ହୋଇ ରହିବା ପାଇଁ ସେ ଏହି ବାଟ ଆପଣାଇଥିବା ଜଣାପଡ଼ିଛି । ତେବେ କିଛି ଦିନ ହେବ ତାଙ୍କୁ ନେଇ କୌଣସି ଚର୍ଚ୍ଚା ହୋଇ ନ ଥିବା ବେଳେ ଏବେ ତାଙ୍କ ସହ ଜଡ଼ିତ ଏକ ପୁରୁଣା କଥା ପାଇଁ ଏବେ ତାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛିା

jansatta.com

ଏକ ସାକ୍ଷାତକାରରେ ଯୋଗ ଦେଇ ପୂର୍ବ ଦିବଂଗତ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ତାଙ୍କୁ ଯେଉଁ ଉପଦେଶ ଦେଇଥିଲେ ସେ ବିଷୟରେ ସମସ୍ତଙ୍କୁ ଜଣାଇଥିଲେ ଶେଖର । “ଯେଉଁ ସମୟରେ ମୁଁ ମୋର ସୋ’ ‘ମୁଭର୍ସ ଆଣ୍ଡ ସେକର୍ସ’ କରୁଥିଲି ସେ ସମୟରେ ଦିବଂଗତ ପ୍ରଧାନମନ୍ତ୍ରୀ ଅଟଳଜୀଙ୍କ ମୋତେ ପ୍ରଶଂସା କରିଥିଲେ । ମୋର ଏହି ସୋ’ ଚାଲୁଥିବା ସମୟରେ ମୁଁ ଏକ କାର୍ଯ୍ୟକ୍ରମକୁ ଯୋଗ ଦେବାକୁ ଯାଇଥିଲି । ସେଠାକୁ ଅଟଳଜୀ ମଧ୍ୟ ଆସି ପହଞ୍ଚିଥିଲେ । କାର୍ଯ୍ୟକ୍ରମ ସାରି ସେ ବାହାରିବା ପରେ ହଠାତ୍‌ ତାଙ୍କ ଗାଡ଼ି ମୋ ପାଖରେ ଅଟକି ଯାଇଥିଲା । ମୁଁ କିଛି ଜାଣି ପାରୁ ନ ଥିବା ବେଳେ ସେ ମୋ ପାଖକୁ ଆସି ମୋତେ ଆଲିଙ୍ଗନ କରିଥିଲେ । ‘ତୁମ ମୁଭର୍ସ ଆଣ୍ଡ ସେକର୍ସ ମୋତେ ବହୁତ ପସନ୍ଦ । ସୋ’ରେ ତୁମେ ମୋତେ ନେଇ ଥଟ୍ଟା କଲେ ମୁଁ ସବୁଠାରୁ ଅଧିକ ହସିଥାଏ । ଆଗକୁ ଏଭଳି ଜାରି ରଖିବ । ଏହା ଏକ ସକରାତ୍ମକ ଜିନିଷ’ ବୋଲି କହି ସେ ସେଠାରୁ ଚାଲି ଯାଇଥିଲେ । ତାଙ୍କର ସେଇ କେଇ ପଦ କଥା ମୋତେ ବହୁତ ଖୁସି କରାଇଥିଲା । କିନ୍ତୁ ଆଜି କାଲି ଯଦି କେହି କାହାକୁ ନେଇ ଥଟ୍ଟାରେ କିଛି କହୁଛି । ତେବେ ତାହାକୁ ନେଇ ମହାଭାରତ ସୃଷ୍ଟି ହୋଇ ଯାଉଛି” ବୋଲି ଶେଖର ସୁମନ କରିଥିଲେ ।

ସମ୍ବନ୍ଧିତ ଖବର