ମୁମ୍ବାଇ: ଡ୍ରିମ୍‌ଗାର୍ଲ ହେମାମାଳିନୀ ନିଜ ବୃତ୍ତିଗତ ଜୀବନ ଅପେକ୍ଷା ତାଙ୍କର ବ୍ୟକ୍ତିଗତ ଜୀବନକୁ ନେଇ ଅଧିକାଂଶ ସମୟରେ ଚର୍ଚ୍ଚାର ପରିସର ଭିତରକୁ ଆସିଥାନ୍ତି। ଆପଣ ଜାଣନ୍ତି ଯେ ସେ ସୁପର୍‌ଷ୍ଟାର୍‌ ଧର୍ମେନ୍ଦ୍ରଙ୍କ ଦ୍ବିତୀୟ ପତ୍ନୀ। ତାଙ୍କ ପୂର୍ବରୁ ଧର୍ମେନ୍ଦ୍ର ପ୍ରକାଶ କୌର୍‌ଙ୍କୁ ବିବାହ କରିଥିଲେ।

Advertisment

ପ୍ରକାଶ କୌର୍‌ ଓ ହେମାମାଳିନୀ ଦୁହେଁ ଦୁହିଁଙ୍କଠାରୁ ଯେତିକି ସମ୍ଭବ ଯଥେଷ୍ଟ ଦୂରତା ବଜାୟ ରଖନ୍ତି। ସେ ଦୁହିଁଙ୍କୁ ଆପଣ ହୁଏତ କେବେ ‌ସାଥୀରେ ଦେଖି ନଥିବେ। ମାତ୍ର ଏହା ସତ ଯେ ଧର୍ମେନ୍ଦ୍ରଙ୍କ ଦୁଇ ପତ୍ନୀଙ୍କର ପରସ୍ପରଙ୍କ ସହ ଦେଖାସାକ୍ଷାତ ହୋଇଛି। ଏ ସଂପର୍କ‌ରେ ନିଜେ ହେମା କହିଛନ୍ତି।

ହେମା ତାଙ୍କ ବାୟୋଗ୍ରାଫିରେ ଏକଥା କହିଛନ୍ତି ଯେ ସେ ସର୍ବସାଧାରଣ ସ୍ଥାନରେ ପ୍ରକାଶ କୌର୍‌ଙ୍କୁ ଭେଟି ସାରିଛନ୍ତି। ହେମାମାଳିନୀ ଯଦିଓ ‌ଏବେ ପ୍ରକାଶ କୌର୍‌ଙ୍କଠାରୁ ଦୂରେଇ ରହୁଛନ୍ତି, ମାତ୍ର ବିବାହ ପୂର୍ବରୁ ସେ ଅନେକ ଥର ତାଙ୍କୁ ଭ‌େଟିଛନ୍ତି।

ହେମା ଏକଥା ‌ସ୍ବୀକାର କରିଛନ୍ତି ଯେ ସେ କାହାକୁ ହଇରାଣ କରିବାକୁ ଚାହାନ୍ତି ନାହିଁ। ଧର୍ମେନ୍ଦ୍ର ତାଙ୍କ ଦୁଇ ଝିଅଙ୍କ ପାଇଁ ଯାହା କରିଛନ୍ତି ସେ ସେଥିରେ ବେଶ୍‌ ଖୁସି ଅଛନ୍ତି। ଯଦିଓ ପ୍ରକାଶ କୌର୍‌ଙ୍କ ବିଷୟରେ ହେମା ତାଙ୍କର ମନ୍ତବ୍ୟ ଦେଇନାହାନ୍ତି। ହେଲେ ସେ ତାଙ୍କୁ ଖୁବ୍‌ ସମ୍ମାନ କରନ୍ତି।

ତେବେ ଧର୍ମେନ୍ଦ୍ର ଓ ହେମାମାଳିନୀଙ୍କ ସଂପର୍କ ପ୍ରକାଶ କୌର୍‌ଙ୍କୁ କିନ୍ତୁ ଶକ୍ତ ଧକ୍କା ଦେଇଥିଲା। ସେ ଏକ ସାକ୍ଷାତ୍‌କାର‌ରେ କହିଥିଲେ କି ଯଦି ସେ ଅଭିନେତ୍ରୀଙ୍କ ସ୍ଥାନରେ ଥାଆନ୍ତେ ତ କେବେ ବି ଏପରି କରିନଥାନ୍ତେ। ତେବେ ନିଜ ସ୍ବାମୀଙ୍କୁ ସେ କେବେ ବି ଖରାପ କହିନାହାନ୍ତି।