ମା’ ଶ୍ରୀଦେବୀଙ୍କ ପାଇଁ ଝିଅ ଜାହ୍ନବୀ ଲେଖିଥିବା କବିତା ଶୁଣି ଭାବୁକ ହେଲେ ବାପା ବୋନି କପୁର, ଦେଖନ୍ତୁ ଭିଡିିଓ

ମୁମ୍ବାଇ : ବଲିଉଡ୍‌ର ପ୍ରଥମ ମହିଳା ସୁପରଷ୍ଟାର ଶ୍ରୀଦେବୀଙ୍କ ପରଲୋକ କିଛି ମାସ ତଳେ ହୋଇ ଯାଇଥିଲେ ମଧ୍ୟ ତାଙ୍କୁ ଏବେ ବି ତାଙ୍କ ପ୍ରଶଂସକ, ବନ୍ଧୁ ଏବଂ ପରିବାର ଲୋକେ ଝୁରୁଛନ୍ତି । ଅନେକ ସମୟରେ ଶ୍ରୀଙ୍କ ପରିବାର ଲୋକଙ୍କୁ ତାଙ୍କୁ ସ୍ମୃତି ରୋମନ୍ଥନ କରୁଥିବାର ଦେଖାଯାଇଥାଏ । ଜନ୍ମଦିନ ହେଉ କି କୌଣସି ଉତ୍ସବ,ପରିବାର ସବୁବେଳେ ଶ୍ରୀଙ୍କ ଉପସ୍ଥିତିକୁ ଅନୁଭବ କରିଥାନ୍ତି । ଅନେକ ସୋ’ରେ ଶ୍ରୀଙ୍କ କଥା ପଚରାଯିବା ପରେ ଝିଅ ଜାହ୍ନବୀ ଏବଂ ସ୍ୱାମୀ ବୋନି କପୁରଙ୍କୁ ଭାବୁକ ହେଉଥିବାର ଦେଖାଯାଉଥିବା ବେଳେ ଏବେ ପୁଣି ସେଭଳି ଦୃଶ୍ୟ ଦେଖିବାକୁ ମିଳିଛି ।

ସୂଚନା ମୁତାବକ, ଗୋଆରେ ଚାଲୁଥିବା ୪୯ତମ ଇଣ୍ଡିଆ ଇଣ୍ଟାନ୍ୟାସନାଲ୍‌ ଫିଲ୍ମ ଫେଷ୍ଟିଭାଲରେ ଜାହ୍ନବୀ କପୁର ଏବଂ ବୋନି କପୁର ମଧ୍ୟ ପହଞ୍ଚିଥିଲେ । ସେଠାରେ ଶ୍ରୀଙ୍କ କଥା ପଚରାଯିବା ପରେ ଦୁହେଁ ଭାବୁକ ହେବା ସହ ଜାହ୍ନବୀ ଶ୍ରୀଙ୍କ ପାଇଁ ଲେଖିଥିବା କବିତା ପଢ଼ିବା ଆରମ୍ଭ କରିଥିଲେ । କବିତା ପଢ଼ିବା ସମୟରେ ଜାହ୍ନବୀଙ୍କୁ ଦେଖି ବୋନି କପୁର ଭାବୁକ ହୋଇ ଯାଇଥିବା ଦେଖିବାକୁ ମିଳିଥିଲା ।

ସମ୍ବନ୍ଧିତ ଖବର