ନୂଆଦିଲ୍ଲୀ : ଶନିବାର କପିଲ ଶର୍ମାଙ୍କ ସୋ’ରେ ପହଞ୍ଚିଥିଲେ ଡ୍ୟାନ୍ସ ଗ୍ରୁପ୍ ଦ କିଙ୍ଗ୍ସ ୟୁନାଇଟେଡ୍ । ଏହି ଗ୍ରୁପ୍ ଆମେରିକାର ସବୁଠାରୁ ବଡ଼ ରିୟାଲିଟି ସୋ’ ଓ୍ଵାଲର୍ଡ ଅଫ୍ ଡ୍ୟାନ୍ସରେ ବିଜୟ ହାସଲ କରି ଭାରତକୁ ସମ୍ମାନ ଆଣି ଦେଇଥିଲେ । ତେବେ କପିଲ ଶର୍ମାଙ୍କ ସୋ’ରେ ଯୋଗ ଦେଇ ସେ ନିଜର ଅଭିଜ୍ଞତା ବିଷୟରେ ଜଣାଇଥିଲେ । ଏହି ସମୟରେ ଭାଇରାଲ ହୋଇଥିବା ଭିଡିଓ ବିଷୟରେ ପଚାରିଥିଲେ କପିଲ । ଭିଡିଓରେ ଓ୍ଵାଲର୍ଡ ଅଫ୍ ଡ୍ୟାନ୍ସ ଜଜ୍ ତଥା ହଲିଉଡ୍ ଅଭିନେତ୍ରୀ ଜେନିଫର ଲୋପେଜ ଦ କିଙ୍ଗ୍ସ ୟୁନାଇଟେଡ୍ ଉପରକୁ ଜୋତା ଫିଙ୍ଗୁଥିବା ଦେଖା ଯାଇଥିଲା । ଏ ବିଷୟରେ ପଚରାଯିବା ପରେ ଜୋତା ଫିଙ୍ଗିବା ଘଟଣା ସଂପୂର୍ଣ୍ଣ ସତ ବୋଲି ଦ କିଙ୍ଗ୍ସ ୟୁନାଇଟେଡ୍ ଗ୍ରୁପ୍ ତରଫରୁ କୁହାଯାଇଥିଲା । କିନ୍ତୁ ଅସମ୍ମାନ କରିବା ପାଇଁ ନୁହେଁ ବରଂ ସମ୍ମାନରେ ଜେନିଫର ଏଭଳି କରିଥିବା କହିଥିଲେ ଦ କିଙ୍ଗ୍ସ ୟୁନାଇଟେଡ୍ ।
/sambad/media/post_attachments/wp-content/uploads/2019/06/4-555_060919105350-300x204.jpg)
ତାଙ୍କ ଅନୁଯାୟୀ, ଓ୍ଵାଲର୍ଡ ଅଫ୍ ଡ୍ୟାନ୍ସରେ ଯେଉଁମାନେ ଚମତ୍କାର ପ୍ରଦର୍ଶନ କରନ୍ତି, ସେମାନଙ୍କୁ ଜଜ୍ ନିଜ ନିଜର ଜୋତା କାଢ଼ି ଫିଙ୍ଗିଥାନ୍ତି । ଆମର ପ୍ରଦର୍ଶନ ତାଙ୍କୁ ଚମତ୍କାର ଲାଗିବା ପରେ ଜେନିଫର ଆମ ଉପରକୁ ତାଙ୍କର ୫କୋଟିର ଜୋତା ଫିଙ୍ଗିଥିଲେ ବୋଲି ଗ୍ରୁପ ତରଫରୁ କୁହାଯାଇଥିଲା । ଜୋତାର ଦାମ୍ ଶୁଣି କପିଲଙ୍କ ହୋସ ଉଡ଼ି ଯାଇଥିଲା ।