ସୋନମ କପୁରଙ୍କୁ ନିଜ ଭାଉଜ କରିବା ପାଇିଁ ଇଚ୍ଛା ରଖିଥିଲେ ବଲିଉଡ଼ର ଏହି ନାୟିକା

ମୁମ୍ବାଇ: ଏହି କିଛି ଦିନ ତଳେ ଭିରେ ଦି େଓ୍ଵଡ଼ିଙ୍ଗର ଟ୍ରେଲର ରିଲିଜ ହୋଇଥିଲା। ଯେଉଁଥିରେ କରୀନା ଏବଂ ସୋନମଙ୍କ ଅନ୍‌ସ୍କ୍ରିନ ଫ୍ରେଣ୍ଡସିପ୍‌ ଦେଖିବାକୁ ମିଳିଥିଲା । ପରଦା ଉପରେ ଏବଂ ପରଦା ପଛରେ ମଧ୍ୟ ଏହି ଦୁଇ ନାୟିକାଙ୍କ ମଧ୍ୟରେ ସଂପର୍କ ଭଲ । ମେ ୮ ତାରିଖରେ ସୋନମ ବିବାହ କରିବାକୁ ଯାଉଥିବା ବେଳେ ଏହାର ପ୍ରସ୍ତୁତିରେ କରୀନା ସାହାଯ୍ୟ କରୁଥିବାର ସୂଚନା ମିଳିଛି । ତେବେ ଏହା ମଧ୍ୟରେ ଆଉ ଗୋଟେ କଥା ମଧ୍ୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

India.com

ତାହା ହେଉଛି କରୀନାଙ୍କ ମନ କଥା । କରୀନା କୁଆଡ଼େ ସୋନମଙ୍କୁ ନିଜ ଭାଉଜ କରିବା ପାଇଁ ଚାହୁଁଥିଲେ ବୋଲି ଶୁଣିବାକୁ ମିଳିଛି । ଆଜ୍ଞା ହଁ ! ସୋନମଙ୍କ ବିବାହ ରଣବୀର କପୁରଙ୍କ ସହ ହେଉ ବୋଲି କରୀନା ଚାହୁଁଥିଲେ । କିନ୍ତୁ ତାଙ୍କ ସ୍ୱପ୍ନ ସ୍ୱପ୍ନରେ ରହିଗଲା । ତେବେ ଆପଣ ଭାବୁଥିବେ କରୀନା ସୋନମଙ୍କୁ ନିଜ ଭାଉଜ କରିବା ଇଚ୍ଛା କଲେ କାହିଁକି? ଏହାର କାରଣ ହେଉଛି ସୋନମଙ୍କ ପ୍ରଥମ ବଲିଉଡ଼ ଫିଲ୍ମ ସାଓ୍ଵରିୟା । ଯେଉଁଥିରେ ସେ ରଣବୀର କପୁରଙ୍କ ସହ ନଜର ଆସିଥିଲେ । ଦୁଇ ଜଣଙ୍କ ଅନ୍‌ସ୍କ୍ରିନ ରୋମାନ୍ସକୁ ଦେଖି ଲୋକମାନେ ଦୁଇ ଜଣଙ୍କ ମଧ୍ୟ କିଛି ସଂପର୍କ ରହିଛି ବୋଲି କହିବା ଆରମ୍ଭ କରି ଦେଇଥିଲେ ।

Bollywoodlife.com

କିଛି ଦିନ ଏହି ଚର୍ଚ୍ଚା ଚାଲିବା ପରେ ଫିଲ୍ମଟି ବକ୍ସ ଅଫିସରେ ଫ୍ଲପ୍‌ ହେବା ପରେ ଚର୍ଚ୍ଚା ମଧ୍ୟ ବନ୍ଦ ହୋଇ ଯାଇଥିଲା । କିନ୍ତୁ କରୀନାଙ୍କ ମନରେ ସୋନମଙ୍କୁ ଭାଉଜ କରିବାର ଇଚ୍ଛାଟା ରହି ଯାଇଥିଲା । ଫିଲ୍ମ ନ ଚାଲିବାରୁ ରଣବୀର ଏବଂ ସୋନମଙ୍କ ସଂପର୍କରେ ତିକ୍ତତା ଆସି ଯାଇଥିଲା । ଦୁଇ ଜଣ ଦୁଇଜଣଙ୍କୁ ନେଇ ପରିହାସ କରିବା ଆରମ୍ଭ କରି ଦେଇଥିଲେ । ତେବେ କରୀନା ଏବଂ କରିସ୍ମାଙ୍କର ସୋନମଙ୍କୁ ଭାଉଜ କରିବାର ସ୍ୱପ୍ନ ସ୍ୱପ୍ନରେ ରହି ଯାଇଥିଲା । ତେବେ ଶୁଣିବାକୁ ମିଳିଛି ଦୀର୍ଘ ଦିନର ବ୍ୟବଧାନ ପରେ ସୋନମ ଏବଂ ରଣବୀର ଏକା ସାଙ୍ଗରେ ପୁଣି ଥରେ ସ୍କ୍ରିନ ସେୟାର କରିବାକୁ ଯାଉଛନ୍ତି । ଫିଲ୍ମ ‘ସଞ୍ଜୁ’ରେ ଦୁଇ ଜଣ ଏକା ସାଙ୍ଗରେ ନଜର ଆସିବାକୁ ଯାଉଛନ୍ତି ।

ସମ୍ବନ୍ଧିତ ଖବର