ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ଏପ୍ରିଲ ୧୪, ୨୦୨୨ରେ ଅଭିନେତା ରଣବୀର କପୁର ବିବାହ କରିଥିଲେ। ଅନେକ ଅଭିନେତ୍ରୀଙ୍କ ସହ ରଣବୀରଙ୍କ ନାଁ ଯୋଡାଯାଇଥିବା ବେଳେ ଶେଷରେ ସେ ଆଲିଆଙ୍କୁ ନିଜର ଜୀବନସାଥୀ କରିଥିଲେ। ବିବାହର ୭ମାସ ପରେ ଦୁହେଁ ମାତାପିତା ହୋଇଥିବା ବେଳେ ଏବେ ରଣବୀରଙ୍କ ମା’ ଅଭିନେତ୍ରୀ ନୀତୁ କପୁର ପୁଅର ପ୍ରେମ ଜୀବନକୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି। ରଣବୀରଙ୍କ ନାଁ ଅନେକ ଅଭିନେତ୍ରୀଙ୍କ ସହ ଯୋଡା ଯାଇଥିଲେ ବି କେବଳ ଅଭିନେତ୍ରୀ ଦୀପିକା ପାଦୁକୋନ ହିଁ ପୁଅର ପ୍ରେମିକା ଥିଲେ ବୋଲି ସେ ସ୍ବୀକାର କରିଛନ୍ତି।

Advertisment

ନୀତୁଙ୍କ ଏକ ପୁରୁଣା ସାକ୍ଷାତକାର ଭାଇରାଲ ହେଉଛି ଯେଉଁଥିରେ ସେ କହୁଛନ୍ତି, “ମୁଁ ଭାବୁନାହିଁ ଯେ ତାଙ୍କର ଅନେକ ପ୍ରେମିକା ଥିଲେ। ତାଙ୍କର କେବଳ ଜଣେ ପ୍ରେମିକା ଥିଲେ ଏବଂ ସେ ହେଉଛନ୍ତି ଦୀପିକା। ମୁଁ ଭାବୁଛି ବୋଧହୁଏ ସେମାନଙ୍କ ସଂପର୍କରେ କିଛି ଅଭାବ ଥିଲା। ଦୀପିକାଙ୍କ ସହ ଥିବା ବେଳେ ରଣବୀର ନିଜକୁ ଭୁଲିଯାଇଥିଲେ। ସେଥିପାଇଁ ଦୁହିଁଙ୍କ ମଧ୍ୟରେ ଥିବା ସମ୍ପର୍କ ଆଗକୁ ବଢ଼ିନଥିଲା। ଯଦି ସେମାନଙ୍କର ସମ୍ପର୍କ ଭଲ ଭାବରେ ଆଗକୁ ବଢ଼ିଥାନ୍ତା, ସେମାନେ କେବେ ବି ଏହାକୁ ଭାଙ୍ଗି ନଥାନ୍ତେ। ରଣବୀର ସେ ପ୍ରେମ ସମ୍ପର୍କରେ ନିଜର ଅସ୍ତିତ୍ବ ଭୁଲିଯାଇଥିଲେ।