ବିଗ୍‌ ବି ଅମିତାଭ ବଚ୍ଚନଙ୍କୁ ‘ଇଣ୍ଟରନ୍ୟାସନାଲ ଗ୍ୟାଙ୍ଗଷ୍ଟର’ କହିବା ସହ ହତ୍ୟା ଧମକର ଆରୋପ ଲଗାଇଥିଲେ ଏହି ଅଭିନେତ୍ରୀ,ଜାଣନ୍ତୁ କ’ଣ ଥିଲା ଏପରି ଆରୋପ ଲଗାଇବା ପଛର କାରଣ

ମୁମ୍ବାଇ : ଆଜି ନିଜର ୭୬ତମ ଜନ୍ମଦିନ ପାଳନ କରୁଛନ୍ତି ବଲିଉଡ୍‌ର ବିଗ୍‌ ବି ଅମିତାଭ ବଚ୍ଚନ । ନିଜ ଜୀବନକାଳରେ ବହୁ   ଭିନ୍ନସ୍ୱାଦର ଛବି ମାଧ୍ୟମରେ ଦର୍ଶକଙ୍କ ମନୋରଞ୍ଜନ କରିଥିବା ବେଳେ ନିଜ ଲାଗି ଏକ  ଅପୂରଣୀୟ ସ୍ଥାନ ତିଆରି କରିଛନ୍ତି । ଏତେ ବର୍ଷ ବୟସରେ ମଧ୍ୟ ସେ ନିଜର ଆଗାମୀ ଫିଲ୍ମ ‘ଠଗସ୍‌ ଅଫ୍‌ ହିନ୍ଦୁସ୍ତାନ’ରେ ଚମତ୍କାର ଆକ୍ସନ ସିନ୍‌ କରି ନିଜର କାର୍ଯ୍ୟଦକ୍ଷତାକୁ ପ୍ରମାଣ କରିଛନ୍ତି । ତେବେ ଏ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ତାଙ୍କୁ ଅନେକ କଷ୍ଟ କରିବାକୁ ପଡ଼ିଥିବା ବେଳେ ଅନେକ ଆରୋପର ମଧ୍ୟ ସାମ୍ନା କରିବାକୁ ପଡ଼ିଥିଲା ।

jansatta.com

ଥରେ ତାଙ୍କ ସାଥୀ କଳାକାର ଅଭିନେତ୍ରୀ ପରବୀନ ବାବି ତାଙ୍କ ଉପରେ ହତ୍ୟା ଧମକର ଆରୋପ ଲଗାଇଥିଲେ । ଦୁଇ ଜଣଙ୍କ ଯୋଡ଼ି ଖୁବ୍‌ ଲୋକପ୍ରିୟ ଥିବା ବେଳେ ହଠାତ୍‌ ଦିନେ ଅଭିନେତ୍ରୀ ପରବୀନ ଅମିତାଭ ମୋତେ ମାରିବାକୁ ଚାହୁଁଛନ୍ତି ବୋଲି ଅଭିଯୋଗ ଅାଣିଥିଲେ । ତାଙ୍କର ଏହି ଆରୋପ ଅମିତାଭଙ୍କ କ୍ୟାରିୟର ଉପରେ ଗଭୀର ପ୍ରଭାବ ପକାଇଥିଲା । କିନ୍ତୁ ପରେ ଅଭିନେତ୍ରୀ ପରବୀନ ପାରାନାଇଡ଼୍‍ ସିଜୋଫ୍ରେନିଆ ନାମକ ଏକ ମାନସିକ ରୋଗରେ ପୀଡ଼ିତ ଥିବା ଜଣା ପଡ଼ିଥିଲା । .ଯେଉଁଥି ପାଇଁ ସେ ଅଭିତାଭଙ୍କୁ ନିଜର ଶତ୍ରୁ ବୋଲି ଭାବିବାକୁ ଲାଗିଥିଲେ । ୧୯୮୯ରେ ସେ ଏକ ସାକ୍ଷାତକାରରେ ଅମିତାଭଙ୍କୁ ଇଣ୍ଟରନ୍ୟାସ୍‌ନାଲ ଗ୍ୟାଙ୍ଗଷ୍ଟର କହିବା ସହ ମୋତେ ମାରିବାକୁ ଚାହୁଁଛନ୍ତି ବୋଲି ଅଭିଯୋଗ ଆଣିଥିଲେ । ଏହି ରୋଗ ପାଇଁ ପରବୀନ ନିଜ କ୍ୟାରିୟରର ସବୁଠାରୁ ଉଚ୍ଚରେ ଥିବା ସମୟରେ ଫିଲ୍ମ ଠାରୁ ଦୂରେଇ ଯାଇଥିଲେ ।

ସମ୍ବନ୍ଧିତ ଖବର