ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାରେ ପ୍ରଶ୍ନର ଭୁଲ ଉତ୍ତର ଦେଇ ମଧ୍ୟ ଟାଇଟଲ୍‌ ଜିତିଥିଲେ ପ୍ରିୟଙ୍କା ଚୋପ୍ରା !

ମୁମ୍ବାଇ : ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାରେ ପ୍ରିୟଙ୍କା ଚୋପ୍ରା । ଆମେରିକୀୟ ବଏଫ୍ରେଣ୍ଡ ନିକ୍‌ଙ୍କ ସହ ତାଙ୍କର ସଂପର୍କକୁ ନେଇ ଏବେ ଖୁବ୍‌ ଚର୍ଚ୍ଚା ହେଉଥିବା ବେଳେ ଖୁବ୍‌ ଶୀଘ୍ର ଦୁଇ ଜଣ ବିବାହ କରି ପାରନ୍ତି ବୋଲି ଖବର ମିଳୁଛି । ତେବେ ଏତେ ସବୁ ମଧ୍ୟରେ ପ୍ରିୟଙ୍କାଙ୍କ ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାର ଯାତ୍ରାକୁ ନେଇ ମଧ୍ୟ ଅନେକ ରୋଚକ ତଥ୍ୟ ସାମ୍ନାକୁ ଆସିଛି । ପୂର୍ବରୁ ମିସ୍‌ ଇଣ୍ଡିଆ ପ୍ରତିଯୋଗିତାରେ ତାଙ୍କ ଶ୍ୟାମଳ ରଙ୍ଗକୁ ନେଇ ଜଣେ ଜୁରି ତାଙ୍କୁ ଟାଇଟଲ ଦେବା ପାଇଁ ଅରାଜି ଥିବାର ଖବର ଆସିଥିବା ବେଳେ ଏବେ ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାରେ ସେ କିପରି ଭୁଲ ଉତ୍ତର ଦେଇ ମଧ୍ୟ ବିଶ୍ୱ ସୁନ୍ଦରୀର ଟାଇଟଲ ଜିତିଥିଲେ ସେ ନେଇ ଆଲୋଚନା ଆରମ୍ଭ ହୋଇଛି ।

India TV

ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାରେ ଥିବା ପ୍ରଶ୍ନ -ରାଉଣ୍ଡରେ ପ୍ରିୟଙ୍କାକୁ ଏକ ପ୍ରଶ୍ନ ପଚରାଯାଇଥିଲା । ପ୍ରଶ୍ନଟି ଥିଲା, ଆଜି ତୁମେ ଦୁନିଆର ସବୁଠୁ ସଫଳ ଜୀବିତ ମହିଳା କାହାକୁ ମାନ? ଏହି ପ୍ରଶ୍ନ ଶୁଣିବା ପରେ ପ୍ରିୟଙ୍କା ମଦର ଟେରେସାଙ୍କ ନାଁ ନେଇଥିଲେ । ପ୍ରିୟଙ୍କାଙ୍କୁ ସଫଳ ଜୀବିତ ମହିଳାଙ୍କ ବିଷୟରେ ପଚରାଯାଇଥିବା ବେଳେ ସେ ମଦର ଟେରେସାଙ୍କ ନାଁ କହିଥିଲେ, ଯିଏକି ସେପ୍ଟେମ୍ବର ୫,୧୯୯୭ରେ ମୃତ୍ୟୁବରଣ କରି ସାରିଥିଲେ । ସାମାଜ ସେବାରେ କରିବା ସହ ଲୋକମାନଙ୍କୁ ସାହାଯ୍ୟ କରିବାରେ ସେ ସମୟରେ ମଦର ଟେରେସା ହିଁ ଜଣେ ଥିଲେ ଚର୍ଚ୍ଚିତ । କିନ୍ତୁ ସେ ଜୀବିତ ନାହାନ୍ତି ବୋଲି ପ୍ରିୟଙ୍କା ଭୁଲି ଯାଇଥିଲେ । ପ୍ରଶ୍ନର ଉତ୍ତର ଭୁଲ ଥାଇ ମଧ୍ୟ ତାଙ୍କର ଆତ୍ମବିଶ୍ୱାସ ପାଇଁ ସେ ରାଉଣ୍ଡଟି କ୍ୱାଲିଫାଏ କରି ଯାଇଥିଲେ । କିନ୍ତୁ ପରେ ସେ ନିଜ ଭୁଲକୁ ଜାଣି ପାରିଥିଲେ ।

ସମ୍ବନ୍ଧିତ ଖବର