ମୋ ପୁଅକୁ ନିଜ ଭଳି କର ନାହିଁ ! ଥରେ ସଞ୍ଜୟ ଦତ୍ତଙ୍କୁ  ଏପରି ତାଗିଦ୍‌ କରିଥିଲେ ଋଷି କପୁର

ମୁମ୍ବାଇ : ଫିଲ୍ମ ‘ସଞ୍ଜୁ’କୁ ନେଇ ଏବେ ଉଭୟ ବଲିଉଡ୍‍ ଅଭିନେତା ରଣବୀର କପୁର ଏବଂ ସଞ୍ଜୟ ଦତ୍ତ ଚର୍ଚ୍ଚାରେ ରହିଛନ୍ତି । ଫିଲ୍ମର ଟ୍ରେଲର ଏବଂ କିଛି ଗୀତକୁ ରିଲିଜ କରାଯାଇ ସାରିଥିବା ବେଳେ ଫିଲ୍ମ ରିଲିଜକୁ ଅପେକ୍ଷା କରି ବସିଛନ୍ତି ଦର୍ଶକେ । ଟ୍ରେଲର ରିଲିଜ ପରେ ସଞ୍ଜୟ ଦତ୍ତଙ୍କ ବିଷୟରେ ଅନେକ ଜଣାଅଜଣା କଥା ସାମ୍ନାକୁ ଆସିଥିବା ବେଳେ ଫିଲ୍ମକୁ ନେଇ ଦର୍ଶକଙ୍କ ମନରେ ଉତ୍ସାହ ବଢ଼ିବାରେ ଲାଗିଛି ।

ତେବେ ଏତେ ସବୁ ଚର୍ଚ୍ଚା ଭିତରେ ଆଉ ଏକ ନୂଆ କଥା ସାମ୍ନାକୁ ଆସିଛି । ରଣବୀର ଏବେ ସଞ୍ଜୟଙ୍କ ଜୀବନୀ ଉପରେ ଫିଲ୍ମ କରୁଥିବା ବେଳେ ଦିନ ଥିଲା ରଣବୀରଙ୍କୁ ସଞ୍ଜୟଙ୍କ ଠାରୁ ଦୂରରେ ରଖା ଯାଉଥିଲା । ଏ ବିଷୟରେ ରଣବୀର ନିଜେ ଏକ ସାକ୍ଷାତକାରରେ ସମସ୍ତଙ୍କୁ ଜଣାଇଛନ୍ତି । ତାଙ୍କ କହିବା ଅନୁଯାୟୀ ମୁଁ ଛୋଟ ବେଳୁ ସଞ୍ଜୟ ଦତ୍ତଙ୍କ ସହ ମିଶି ଆସିଛି । ଆମ ଦୁଇ ଜଣଙ୍କ ମଧ୍ୟରେ ଛୋଟ ବେଳେୁ ଭଲ ବନ୍ଧୁତା ରହିଛି । ଏମିତି କି ମୋ ଜନ୍ମଦିନରେ ସଞ୍ଜୟ ଦତ୍ତ ମୋତେ ଏକ ହାର୍ଲେ ଡ଼ାଭିଡ଼୍‍ସନ୍‌ ବାଇକ୍‌ ମଧ୍ୟ ଉପହାରରେ ଦେଇଥିଲେ । ମୁଁ ତାଙ୍କ ତାଙ୍କ ଫରାରି ଗାଡ଼ି ନେଇ ସବୁ ଆଡ଼େ ବୁଲିବାକୁ ଯାଏ । କିନ୍ତୁ ଥରେ ଏ ବିଷୟରେ ବାପା ଜାଣିବା ପରେ ସଞ୍ଜୟ ଦତ୍ତଙ୍କୁ ଘରକୁ ଡ଼ାକି ଗାଳି କରିଥିଲେ । ମୋ ପୁଅ ଠାରୁ ଦୂରରେ ରୁହ । ତାକୁ ତୁମ ଭଳି କର ନାହିଁ ବୋଲି ବାପା ତାଙ୍କୁ କହିଥିଲେ ବୋଲି ରଣବୀର ଜଣାଇଛନ୍ତି । ଛୋଟ ବେଳେ ମୁଁ ସଞ୍ଜୟ ଦତ୍ତଙ୍କୁ ବାପାଙ୍କ ସହ ଫିଲ୍ମ ‘ସାହିବା’ର ସୁଟିଂ ସେଟ୍‌ରେ ଦେଖିଥିଲି । ଏହା ପରଠାରୁ ମୁଁ ମୋ ରୁମ୍‌ରେ ସଞ୍ଜୟ ଦତ୍ତଙ୍କ ଫଟୋ ଲଗାଇବା ଆରମ୍ଭ କରିଥିଲି ବୋଲି କହିଥିଲେ ରଣବୀର ।

Medium

ସୂଚନା ମୁତାବକ,ଫିଲ୍ମ ‘ସଞ୍ଜୁ’ ଜୁନ୍‌ ୨୯ରେ ରିଲିଜ ହେବାକୁ ଥିବା ବେଳେ ଏଥିରେ ରଣବୀରଙ୍କ ସହ ନଜର ଆସୁଛନ୍ତି ସୋନମ କପୁର, ଦିୟା ମିର୍ଜା,ଅନୁଷ୍କା ଶର୍ମା, ପରେଶ ରାଓ୍ଵଲ ଓ ମନୀଷା କୋଇରାଲା ଆଦି କଳାକାର।

ସମ୍ବନ୍ଧିତ ଖବର