ମୁମ୍ବାଇ : ଆଜି ବଲିଉଡ୍ରେ ରାଜ୍ କରୁଥିବା ଅଭିନେତା ସଲମାନ ଖାନ୍ଙ୍କୁ ଦିନେ ସ୍କୁଲରୁ ବାହାର କରି ଦିଆ ଯାଇଥିଲା । ଠିକ୍ ସମୟରେ ସ୍କୁଲର ଟଙ୍କା ଦେଇ ପାରି ନ ଥିବାରୁ ତାଙ୍କୁ ସ୍କୁଲରୁ ବାହାର କରି ଦିଆଯାଇଥିଲା ବୋଲି ସେ କହିଛନ୍ତି । ଏବେ ଫିଲ୍ମ ‘ଭାରତ’ର ପ୍ରମୋସନରେ ବ୍ୟସ୍ତ ଥିବା ସଲମାନ ନିଜ ସ୍କୁଲ ସହ ଜଡ଼ିତ ଏହି ଘଟଣା ବିଷୟରେ ଜଣାଇଛନ୍ତି ।
/sambad/media/post_attachments/wp-content/uploads/2019/05/aa-Cover-6g98slub5mf36hjul7r8te5lu6-20180407014300.Medi_-300x168.jpeg)
ଏକ ସାକ୍ଷାତକାରରେ, ଛୋଟ ବେଳେ ମୋର ସ୍କୁଲର ଦରମା ଟଙ୍କା ଠିକ୍ ସମୟରେ ଦିଆ ନ ଯାଇଥିବାରୁ ମୋତେ ଶିକ୍ଷୟିତ୍ରୀ ବାହାରେ ଠିଆ କରି ଦେଇଥିଲେ । ସେହି ସମୟରେ ମୋ ବାପା ସେଇ ବାଟ ଦେଇ ଯାଉଥିବା ବେଳେ ମୋତେ ଠିଆ ହୋଇଥିବା ଦେଖି ରାଗି ଯାଇଥିଲେ । ପରେ ସେ ଅସଲ କଥା ଜାଣି ପରଦିନ ସ୍କୁଲର ଟଙ୍କା ଭରିଥିଲେ । ଯାହା ପରେ ଶିକ୍ଷୟିତ୍ରୀଜଣଙ୍କ ନିଜ ଭୁଲ ବୁଝିପାରି ମୋ ବାପାଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ ବୋଲି କହିଛନ୍ତି ସଲମାନ ।