ନୂଆଦିଲ୍ଲୀ: ବିଶ୍ବ ସୁନ୍ଦରୀ ଐଶ୍ବର୍ଯ୍ୟା ରାୟଙ୍କୁ ଲୋକ ତାଙ୍କର ସୌନ୍ଦର୍ଯ୍ୟରୁ ନେଇ, ଅଭିନୟ ଦକ୍ଷତା ଓ ଶେଷରେ ବଚ୍ଚନ ପରିବାରର ବୋହୂ ଭାବେ ଲୋକେ ଜାଣନ୍ତି। ହେଲେ ଜଣେ ହାସ୍ୟାଭିନେତା ଥରେ ତାଙ୍କ ବିଷୟରେ ଏପରି ଏକ ବୟାନ ଦେଇଥିଲେ, ଯାହା ବିବାଦ ସୃଷ୍ଟି କରିଥିଲା। ଲୋକଙ୍କୁ ହସାଇବା ପାଇଁ ହାସ୍ୟାଭିନେତା ଜଣକ ଏପରି କିଛି କହିଦେଲେ ଯାହାକୁ ଅଭିନେତ୍ରୀଙ୍କ ସମ୍ମାନହାନୀ କରାଇବା ଭଳି ଥିଲା।

Advertisment

ସେ ବଲିଉଡ୍‌ କଳାକାରଙ୍କୁ ମଧ୍ୟ ପରିହାସ କରିଥିଲେ। କନ୍ନଡୀୟ ହାସ୍ୟ ଅଭିନେତା ରସେଲ ପିଟର୍ସ ବିଶ୍ବ ସୁନ୍ଦରୀଙ୍କ ବିରୋଧରେ ଅନେକ ଭୁଲ କଥା କହିଥିଲେ। ସେ ଐଶ୍ବର୍ଯ୍ୟା ଓ ଅଭିଷେକଙ୍କ ବିଷୟରେ ଅଶ୍ଳୀଳ ମନ୍ତବ୍ୟ ମଧ୍ୟ ଦେଇଥିଲେ। ସେ ଐଶ୍ବର୍ଯ୍ୟା ଏବଂ ଅଭିଷେକଙ୍କ ବିଷୟରେ ଅଶ୍ଳୀଳ ମନ୍ତବ୍ୟ ମଧ୍ୟ ଦେଇଥିଲେ। ରସେଲଙ୍କ ବକ୍ତବ୍ୟକୁ ନେଇ ଅନେକ ବିବାଦ ଦେଖାଦେଇଥିଲା ଏବଂ ବଲିଉଡ ଅଭିନେତା ଅକ୍ଷୟ କୁମାର ଏସବୁ ଭିତରେ ଛନ୍ଦି ହୋଇଥିଲେ ଏବଂ ଶେଷରେ ରସେଲଙ୍କ ବଦଳରେ ଅକ୍ଷୟ କୁମାରଙ୍କୁ କ୍ଷମା ମାଗିବାକୁ ପଡ଼ିଥିଲା।

ଏହି ଘଟଣା ୨୦୧୧ ମସିହାର। ସେବର୍ଷ ଇଣ୍ଡୋ-କନ୍ନଡୀୟ ଚଳଚ୍ଚିତ୍ର 'ସ୍ପିଡି ସିଂ'ର ପ୍ରମୋସନ ପାଇଁ ଦିଲ୍ଲୀ ଆସିଥିଲେ। ଏହି ଚଳଚ୍ଚିତ୍ରରେ ଅକ୍ଷୟ କୁମାର ମଧ୍ୟ ରସେଲଙ୍କ ସହ ଥିଲେ। ପ୍ରମୋସନ ସମୟରେ ରସେଲ ବଲିଉଡ ଚଳଚ୍ଚିତ୍ରକୁ ପରିହାସ କରିଥିଲେ। ସେ କହିଥିଲେ, 'ମୁଁ ବଲିଉଡକୁ ଘୃଣା କରେ। ମୁଁ ଗୀତ, ନୃତ୍ୟ ଏବଂ ସମସ୍ତ ନାଟକୀୟ କାନ୍ଦଣାକୁ ପସନ୍ଦ କରେ ନାହିଁ। ହିରୋଇନ୍ ଶୀତଳ ପାହାଡ ଉପରେ ପତଳା ଶାଢ଼ି ପିନ୍ଧି ଅଜବ କାର୍ଯ୍ୟ କରନ୍ତି’ ଆହୁରି ମଧ୍ୟ କହିଥିଲେ ଯେ ‘ଏଶ୍ୱର୍ଯ୍ୟା ଖରାପ ଅଭିନୟର ସବୁଠାରୁ ବଡ ଉଦାହରଣ। ସେ ବାରମ୍ବାର ପ୍ରମାଣ କରିଛନ୍ତି ଯେ ବଲିଉଡର ଲୋକମାନେ କେବଳ ସୁନ୍ଦର ଚେହେରା ଥିଲେ ସୁପରଷ୍ଟାର ହୋଇପାରିବେ।’