ମୋର ଏହି ଫିଲ୍ମ ଅସଫଳ ହେଲେ ମୁଁ ତୁମକୁ ବିବାହ କରିବି, ଅକ୍ଷୟଙ୍କ ପାଖରେ ଏଭଳି ସର୍ତ୍ତ ରଖିଥିଲେ ଟ୍ଵିଙ୍କିଲ୍‌

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ଟ୍ଵିଙ୍କିଲ ଖାନ୍ନା ଏବଂ ଅଭିନେତା ଅକ୍ଷୟ କୁମାର ୨୦୦୧ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବ୍ୟକ୍ତିଗତ ଏବଂ ପେସାଦାର ଜୀବନରେ ଅନେକ ଝଡ଼ ଆସିଥିଲେ ମଧ୍ୟ ଦୁହେଁ ୧୮ବର୍ଷ ହେଲାଣି ନିଜ ବନ୍ଧନକୁ ଦୃଢ଼ ଏବଂ ନିବିଡ଼ କରି ରଖିଛନ୍ତି । ସବୁ ସୁଖଦୁଃଖରେ ଅକ୍ଷୟଙ୍କ ସାଥ୍‌ ଦେଇଥିବା ଟ୍ଵିଙ୍କିଲ୍‌ ତାଙ୍କୁ ବିବାହ ପାଇଁ ସହଜରେ ରାଜି ହୋଇ ନଥିଲେ ।

BollywoodShaadis.com

ବିବାହ ପୂର୍ବରୁ ଅକ୍ଷୟଙ୍କ ଆଗରେ ଏକ ସର୍ତ୍ତ ରଖା ଯାଇଥିଲା । ଅକ୍ଷୟ ଟ୍ଵିଙ୍କିଲଙ୍କୁ ବିବାହ ପ୍ରସ୍ତାବ ଦେବା ପରେ ‘ମେଲା’ ଫିଲ୍ମ ବକ୍ସ ଅଫିସରେ ଯଦି ଅସଫଳ ହୁଏ, ତେବେ ମୁଁ ତୁମକୁ ବିବାହ କରିବି ବୋଲି କହିଥିଲେ ଟ୍ଵିଙ୍କିଲ । ଏହା ପରେ ୨୦୦୦ ମସିହାରେ ‘ମେଲା’ ରିଲିଜ୍‌ ହୋଇଥିଲା । କିନ୍ତୁ ଫିଲ୍ମଟି ବକ୍ସ ଅଫିସରେ ଅସଫଳ ହୋଇଥିଲା । ସର୍ତ୍ତ ହାରିବା ପରେ ୨୦୦୧ରେ ଟ୍ଵିଙ୍କିଲ ଅକ୍ଷୟଙ୍କ ବିବାହ ପାଇଁ ହଁ ଭରିଥିଲେ ।

ସମ୍ବନ୍ଧିତ ଖବର