କାହିଁକି ଅନୁଷ୍କାଙ୍କୁ ବିରାଟ କୋହଲୀ କହିଲେ ‘ୟେସ୍‌ ମାଇଁ ଲଭ୍‌’

ମୁମ୍ବାଇ: ବଲିଉଡ୍‌ ନାୟିକା  ଅନୁଷ୍କା ଶର୍ମା କ୍ରିକେଟ ତାରକା  ବିରାଟ କୋହଲୀଙ୍କୁ ବିବାହ କରିବାପରେ ବେଶୀ ସମୟ ସ୍ୱାମୀଙ୍କ ସହ ସମୟ ବିତାଇବାକୁ ପାଉ ନାହାନ୍ତି। ଏହାର କାରଣ ହେଲା ଅନୁଷ୍କା ନିଜର ସିନେମାରେ ଅଭିନୟକୁ ନେଇ ବ୍ୟସ୍ତ ରହୁଛନ୍ତି । ଠିକ୍‌ ସେହିପରି ବିରାଟ କୋହଲୀ ବି ନିଜର ଖେଳକୁ ନେଇ ବ୍ୟସ୍ତ ରହୁଛନ୍ତି।  ନିକଟରେ ବିରାଟ ଏକ କ୍ରିକେଟ ଲିଗ୍‌ ଖେଳିବା ବେଳେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଅବଶେଷରେ ତାଙ୍କର ଟିମ୍‌ ଜିତିଛି।

ଏହି ଅବସରରେ ଅନୁଷ୍କା ଶର୍ମା ସ୍ୱାମୀ ବିରାଟ କୋହଲୀଙ୍କୁ ଅଭିନନ୍ଦନ ଜଣାଇବାଲାଗି ଏକ ଫଟୋ ସୋସିଆଲ ମିଡିଆରେ ସେଆର୍‌ କରିଛନ୍ତି। ସେ ବିରାଟ କୋହଲୀଙ୍କର ଏକ ଜର୍ସି ପିନ୍ଧିଥିବାର ଦେଖିବାକୁ ମିଳିଛି।ଏହାର ଉତ୍ତର ଦେବାକୁ ଯାଇ ବିରାଟ କୋହଲୀ ‘ୟେସ୍‌ ମାଇଁ ଲଭ୍‌ ,ଆମେ ଅବଶେଷରେ ଏଠି ପହଞ୍ଚିଛୁ’।

ଏହା ଆଗରୁ କୋହଲୀ ତାଙ୍କର ପତ୍ନୀ ଅନୁଷ୍କାଙ୍କୁ ତାଙ୍କ ଜନ୍ମଦିନ ଅବସରରେ ବି ଏଭଳି ଉପହାର ଦେଇଥିଲେ।  ପ୍ରକୃତରେ ବିରାଟ କୋହଲୀ ଅନୁଷ୍କା ଶର୍ମାଙ୍କ ପାଇଁ ଏକ ସରପ୍ରାଇଜ୍‌ କେକ୍‌ ମଗାଇଥିଲେ। ତା’କୁ ସେ ନିଜ ହାତରେ ପତ୍ନୀ ଅନୁଷ୍କାଙ୍କୁ ଖୁଆଇଛନ୍ତି। କୋହଲୀ ତାଙ୍କର ଇନ୍‌ଷ୍ଟାଗ୍ରାମରେ ଏକ ସୁନ୍ଦର ମେସେଜ୍‌ ବି ସେୟାର୍‌ କରିଛନ୍ତି। ସେ ଲେଖିଛନ୍ତି-‘ହାପି ବାର୍ଥ ଡେ ମାଇଁ ଲଭ୍‌ ଦ ମୋଷ୍ଟ ପଜିଟିଭ୍‌ ଆଣ୍ଡ୍‌ ଅନେଷ୍ଟ ପରସନ୍‌ ନୋ, ଲଭ ୟୁ, । ’

 

ସମ୍ବନ୍ଧିତ ଖବର