ବଲିଉଡରେ ଦେଖିବାକୁ ମିଳୁ ନାହାନ୍ତି ଜାକଲିନ୍‌ , ଗଲେ କୁଆଡେ ?

ମୁମ୍ବାଇ: ବଲିଉଡର ଲୋକପ୍ରିୟ ନାୟିକା ଜାକଲିନ୍‌ ଫର୍ଣ୍ଣାଡିଜ୍‌ଙ୍କୁ ଆଜିକାଲି ବଲିଉଡରେ ଦେଖିବାକୁ ମିଳୁ ନାହିଁ। ସେ ମୁମ୍ବାଇରେ ବି ନାହାନ୍ତି ବେଶ୍‌ କିଛି ଦିନ ହେବ। ଏଣେ ସିଦ୍ଧାର୍ଥ ମାଲହୋତ୍ରାଙ୍କ ସହିତ ଜାକଲିନଙ୍କର ପ୍ରେମ ସଂପର୍କ ବି ଜମିଲାନି। ଏଭଳି ସମୟେ ରେ କୁଆଡ଼େ ଗଲେ ବୋଲି ଚର୍ଚ୍ଚା ହେଉଛି।

୨୦୦୯ରେ ସିଂହଳୀ ସୁନ୍ଦରୀ ଜାକଲିନ୍‌ ଫର୍ଣ୍ଣାଣ୍ଡିଜ୍‌ ବଲିଉଡରେ ‘ଆଳ୍ଲାଦିନ୍‌’ ଫିଲ୍ମ ଜରିଆରେ ପ୍ରବେଶ କରିଥିଲେ। ଏହାପରେ ସେ ରୟ, ଜେଣ୍ଟଲମ୍ୟାନ୍‌, କିକ୍‌ , ରେସ୍‌ -ଥ୍ରି ‘ଜୁଡଓ୍ଵା-୨’ ଆଦି ସିନେମାରେ ନାୟିକା ଭୂମିକା ନିଭାଇ ଚର୍ଚ୍ଚାରେ ରହିଛନ୍ତି।

ଜାକଲିନଙ୍କୁ ସଲମାନଙ୍କ ନାୟିକା ବୋଲି ବି କୁହାଯାଏ। ଶୁଣିବାକୁ ମିଳୁଛି ଯେ ଜାକଲିନ୍‌ ଏବେ ବଲିଉଡ ଛାଡି ଅତ୍ୟତ୍ର ଯିବାର ମନ ବନାଇ ସାରିଲେଣି।

ମିଳିଥିବା ଖବର ଅନୁଯାୟୀ ଜାକଲିନ୍‌ ଫର୍ଣ୍ଣାଡିଜ୍‌ କନ୍ନଡ ସିନେମାରେ ଡେବ୍ୟୁ କରୁଛନ୍ତି। ବଲିଉଡ ଓ କନ୍ନଡ ଫିଲ୍ମ ମଧ୍ୟରେ ସଂପର୍କ ବେଶ୍‌ ପୁରୁଣା। ଜୁହି ଚାଓ୍ଵାଲାଙ୍କଠାରୁ ଆରମ୍ଭ କରି ଦୀପିକା ପାଦୁକୋନଙ୍କପାଇଁ ଅନେକ ଟପ୍‌ ହିରୋଇନ୍‌ କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରିଛନ୍ତି।

ସଂପ୍ରତି ଜାକଲିନ୍‌ ଏକ କନ୍ନଡ ସିନେମାରେ ଆଇଟମ୍‌ ନମ୍ବର କରୁଥିବାର ଜଣାଯାଇଛି। ଏହି ଫିଲ୍ମର ଟାଇଟଲ୍‌ ହେଲା ‘ସେଠାରାମା କଲ୍ୟାଣ’ । ଏଥିରେ କନ୍ନଡ ଅଭିନେତା ନିଖିଲ କୁମାର ନାୟକ ଭୂମିକାରେ ଅଛନ୍ତି। ଏବେ ଜାକଲିନ୍‌ ବେଙ୍ଗଲୁରୁରେ ସେହି ଆଇଟମ୍‌ ଗୀତର ସୁଟିଂରେ ବ୍ୟସ୍ତ ଥିବା କୁହାଯାଉଛି। ତେବେ ଏସଂପର୍କରେ ନିଜେ ଜାକଲିନ୍‌ ଫର୍ଣ୍ଣାଣ୍ଡିଜ୍‌ କୌଣସି ସୂଚନା ଦେଇ ନାହାନ୍ତି।

ସମ୍ବନ୍ଧିତ ଖବର