ଲୋକପ୍ରିୟ କଣ୍ଠଶିଳ୍ପୀ ଉଦିତ ନାରାୟଣଙ୍କର ପୁଅ ତଥା କଣ୍ଠଶିଳ୍ପୀ ଆଦିତ୍ୟ ନାରାୟଣଙ୍କର ଗତ ୧ ତାରିଖରେ ବିବାହ ସମ୍ପନ୍ନ ହୋଇଛି। ମୁମ୍ବାଇର ଇସ୍କନ ମନ୍ଦିରରେ ସେ ପ୍ରେମିକା ଶ୍ୱେତା ଅଗ୍ରଓ୍ୱାଲଙ୍କୁ ବିବାହ କରିଛନ୍ତି। ବିବାହ ସମୟର ଅନେକ ରୋଚକ କଥା ଆଦିତ୍ୟ ସାମାଜିକ ଗଣମାଧ୍ୟମରେ ସେୟାର କରିଛନ୍ତି। ଏପରିକି ବରଣମାଳା ପିନ୍ଧାଇବା ସମୟରେ ତାଙ୍କ ପାଇଜାମା ଫାଟିଯାଇଥିଲା ବୋଲି କହିଛନ୍ତି। ବିବାହ ସମୟରେ ବରଣମାଳା ପିନ୍ଧାଇବା ସମୟରେ ବର ଓ ବଧୂଙ୍କୁ ବନ୍ଧୁ ଏବଂ ପରିଜନ ଉପରକୁ ଉଠାଇ ରଖିଥିଲେ। ଆଦିତ୍ୟଙ୍କୁ ତାଙ୍କ ସାଙ୍ଗମାନେ ଉପରକୁ ଉଠାଇବା ସମୟରେ ତାଙ୍କର ପାଇଜାମା ଫାଟି ଯାଇଥିଲା। ଲଜ୍ଜାରେ ଚୁପ୍ ରହି ସେ ଶ୍ୱେତାଙ୍କୁ ମାଳା ପିନ୍ଧାଇଥିଲେ। ଏହାପରେ ତାଙ୍କର ଜଣେ ବନ୍ଧୁଙ୍କ ପାଇଜାମା ପିନ୍ଧି ସେ ବିବାହ ବେଦିରେ ବସିଥିଲେ।
ବରଣମାଳା ପିନ୍ଧାଇବା ବେଳେ....
/sambad/media/post_attachments/wp-content/uploads/2020/12/aditya.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)