‘କାଚା ବାଦାମ’ ଗୀତ ଫେମ୍ ଅଞ୍ଜଳିଙ୍କ ପ୍ରେମିକ ଆକାଶଙ୍କୁ ଜାଣନ୍ତି କି? ରୋମାଣ୍ଟିକ୍ ଫଟୋ ହେଉଛି ଭାଇରାଲ୍
ନୂଆଦିଲ୍ଲୀ: ‘କାଚା ବାଦାମ’ ଗୀତରେ ଭାଇରାଲ ହୋଇ ଖ୍ୟାତି ଅର୍ଜନ କରିଥିବା ଅଞ୍ଜଳି ଆରୋରା ଏବେ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଏଥର ଚର୍ଚ୍ଚାର କାରଣ ତାଙ୍କ ବ୍ୟକ୍ତିଗତ ଜୀବନ, ଅର୍ଥାତ ‘ଲଭ୍ ଲାଇଫ୍’। ଅଞ୍ଜଳିଙ୍କର ତାଙ୍କ ପ୍ରେମିକ ଆକାଶ ସାନ୍ଶନୱାଲାଙ୍କ ସହ କିଛି ଫଟୋ ଏବେ ସୋସିଆଲ୍ ମଡିଆରେ ଭାଇରାଲ୍ ହୋଇ ଚାଲିଛି। ଏହି ଫଟୋଗୁଡ଼ିକୁ ଦେଖିବା ପରେ ଅଞ୍ଜଳିଙ୍କ ପ୍ରେମିକଙ୍କ ବିଷୟରେ ଜାଣିବାର ଉତ୍ସୁକତା ଲୋକଙ୍କ ଭିତରେ ବୃଦ୍ଧି ପାଇଛି।
ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଅଞ୍ଜଳିଙ୍କ ପ୍ରେମିକ ଆକାଶ ରାଜନୀତିରେ ସକ୍ରିୟ ଅଛନ୍ତି ଏବଂ ସେ ବିଜେପିର ସଦସ୍ୟ ଅଟନ୍ତି। ଅବଶ୍ୟ ତାଙ୍କ ବିଷୟରେ ଅନେକ କିଛି କଥା ଜଣାନାହିଁ। ମାତ୍ର ଅନେକ ସମୟରେ ବିଭିନ୍ନ ଇଭେଣ୍ଟରେ ଆକାଶଙ୍କୁ ଅଞ୍ଜଳିଙ୍କ ସହ ଦେଖିବାକୁ ମିଳିଥାଏ।
ନିକଟରେ ଏକ ସାକ୍ଷାତ୍କାରରେ ଅଞ୍ଜଳି ଆକାଶଙ୍କୁ ଡେଟ୍ କରୁଥିବା କଥା ସ୍ବୀକାର କରିଥିଲେ। ଆକାଶଙ୍କ ଉତ୍ତମ ବୁଝାମଣା ହିଁ ଅଞ୍ଜଳିଙ୍କୁ ତାଙ୍କ ଆଡ଼କୁ ଆକୃଷ୍ଟ କରିଛି ବୋଲି ସେ ସାକ୍ଷାତ୍କାରରେ କହିଥିଲେ।
View this post on Instagram
ଅଞ୍ଜଳି ଅନେକ ସମୟରେ ଆକାଶଙ୍କ ସହ ତାଙ୍କର କିଛି ରୋମାଣ୍ଟିକ୍ ଫଟୋକୁ ସେ ସୋସିଆଲ୍ ମିଡିଆରେ ସେୟାର୍ କରିଥାନ୍ତି। ଏହା ଛଡ଼ା ଉଭୟ ଅଞ୍ଜଳି ଓ ଆକାଶଙ୍କ ପରିବାର ଲୋକ ପରସ୍ପରଙ୍କୁ ଭେଟିବା ସହ ଉଭୟଙ୍କ ସଂପର୍କରେ ନିଜର ସହମତି ଜଣାଇ ସାରିଛନ୍ତି।
ଉଲ୍ଲେଖଯୋଗ୍ୟ, ‘କାଚା ବାଦାମ’ ଗୀତରେ ନୃତ୍ୟ ପରିବେଷଣ କରି ସୁନାମ ଅର୍ଜନ କରିଥିବା ଅଞ୍ଜଳିଙ୍କୁ କଙ୍ଗନା ରାଣାୱାତ୍ ହୋଷ୍ଟ୍ କରୁଥିବା ଏକ୍ତା କପୁରଙ୍କ ରିୟଲିଟି ସୋ’ ‘ଲକ୍ ଅପ୍’ରେ ଦେଖିବାକୁ ମିଳିଥିଲା।