ନୂଆଦିଲ୍ଲୀ: ସେପ୍ଟେମ୍ବର ୩୦ରେ ଋଷବ ସେଟ୍ଟୀଙ୍କ ଅଭିନୀତ-ନିର୍ଦ୍ଦେଶିତ ଫିଲ୍ମ ‘କାନ୍ତାରା’ ପରଦାକୁ ଆସି କର୍ଣ୍ଣାଟକର ଏକ ପ୍ରମୁଖ ବ୍ଲକବଷ୍ଟର ଭାବରେ ଉଭା ହୋଇଥିଲା। ଲୋକପ୍ରିୟତାକୁ  ଏହାକୁ ପରେ ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ରିଲିଜ୍ କରାଯିବା ପରେ ଏହା ନୂଆ ରେକର୍ଡ ସୃଷ୍ଟି କରିଛି। ଦିନକୁ ଦିନ ଫିଲ୍ମର ଲୋକପ୍ରିୟତା ବଢ଼ୁଥିବା ଦେଖିବାକୁ ମିଳୁଛି। ଏହି ଫିଲ୍ମର ନିର୍ଦ୍ଦେଶନା ଦେବା ସହ ଏହାର କାହାଣୀ ଲେଖିବା ଓ ଅଭିନୟ କରିଛନ୍ତି ଋଷବ ସେଟ୍ଟୀ। ତାଙ୍କ ଅଭିନୟ ଏବଂ ଫିଲ୍ମର କାହାଣୀକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା। ତେବେ ବକ୍ସ ଅଫିସର କିଙ୍ଗ ପାଲଟିଥିବା କାନ୍ତାରାର ମୁଖ୍ୟ କଳାକାର ଋଷଭଙ୍କୁ ନେଇ କିଛି ରୋଚକ ତଥ୍ୟ ସାମ୍ନାକୁ ଆସିଛି।

Advertisment

ଅଭିନୟ ଆରମ୍ଭ କରିବା ପୂର୍ବରୁ ଋଷଭ ନିଜର ଖର୍ଚ୍ଚ କିପରି ବହନ କରୁଥିଲେ ତାହା ସାମ୍ନାକୁ ଆସିଛି। ଛୋଟବେଳୁ ହିଁ ଋଷଭ ଅଭିନେତା ହେବାକୁ ସ୍ବପ୍ନ ଦେଖୁଥିଲେ। ଏଥିପାଇଁ କଲେଜ ପଢ଼ା ଶେଷ କରି ସେ ଅଭିନୟ ଦୁନିଆରେ ପାଦ ରଖିଥିଲେ। କଲେଜରେ ପାଠ ପଢ଼ିବ‌ା ସହ ସେ ପାଣି ବୋତଲ ବିକିବା ଏବଂ ହୋଟେଲରେ କାମ କରିବା ଆରମ୍ଭ କରିଥିଲେ। ପ୍ରଥମେ ପ୍ରଥମେ ତାଙ୍କୁ ଅଭିନୟ‌ରେ ଭଲ ସୁଯୋଗ ମିଳୁନଥିବାରୁ ସେ ଏଭଳି କାମ କରି ନିଜର ଖର୍ଚ୍ଚ ବହନ କରୁଥିଲେ। ପ୍ରଥମେ ଧାରାବାହିକ ଓ ପରେ ସେ ଫିଲ୍ମ କରିବା ଆରମ୍ଭ କରିଥିଲେ। ପୂର୍ବରୁ ଅନେକ ଫିଲ୍ମ ସେ କରିଥିଲେ ‌ବି ୧୮ବର୍ଷ ପରେ ପ୍ୟାନ୍ ଇଣ୍ଡିଆ ଷ୍ଟାର ବନି ପାରିଛନ୍ତି ଋଷଭ। ଏବେ ତାଙ୍କୁ ମିଳିଛି ପରିଚୟ।

ପୂର୍ବରୁ ଚଳଚ୍ଚିତ୍ରର ଏକ ନିର୍ଦ୍ଦିଷ୍ଟ ଦୃଶ୍ୟ ବିଷୟରେ ଋଷଭ ସେଟ୍ଟୀ ଏକ ସାକ୍ଷାତକାରରେ କହିଥିଲେ ଯେ, ଦେବ କୋଳା ସିକ୍ୟୁଏନ୍ସର ସୁଟିଂର ୨୦ରୁ ୩୦ଦିନ ପୂର୍ବରୁ ସେ ଆମିଷ ଖାଇବା ଛାଡ଼ିଦେଇଥିଲେ। ତାଙ୍କ କହିବା ମୁତାବକ, ଦେବ କୋଳା ଅଳଙ୍କାର ପିନ୍ଧିବା ପରେ ମୁଁ କେବଳ ପଇଡ ପାଣି ପିଉଥିଲି। ଏହା ଚଡ଼ା ନା ମୁଁ କିଛି ଖାଉଥିଲି ନା କିଛି ପିଉଥିଲି। ଦେବ କୋଳା ସିକ୍ୟୁଏନ୍ସର ସୁଟିଂ ପୂର୍ବରୁ ଏବଂ ପରେ ମୋ‌ତେ ପ୍ରସାଦ ଖାଇବାକୁ ଦିଆଯାଉଥିଲା।