ମୁମ୍ବାଇ: ଧାରାବାହିକ ଅଲିବାବା: ଦାସ୍ତାନ ଏ କାବୁଲ ଅଭିନୟ କରୁଥିବା ଅଭିନେତ୍ରୀ ତୁନିଶା ଶର୍ମାଙ୍କ ଆତ୍ମହତ୍ୟା ପରେ ଏବେ ଜେଲରେ ଅଛନ୍ତି ପୂର୍ବ ପ୍ରେମିକ ଶିଜାନ ଖାନ୍। ତାଙ୍କ ଉପରେ ତୁନିଶାଙ୍କୁ ଆତ୍ମହତ୍ୟା ପାଇଁ ଉସୁକାଇଥିବାର ଅଭିଯୋଗ ଲାଗିଛି। ଏଭଳି ଅଭିଯୋଗ ମଧ୍ୟରେ ଲୋକପ୍ରିୟ ସୋ’ ଅଲିବାବା: ଦାସ୍ତାନ ଏ କାବୁଲରୁ ତାଙ୍କୁ ହଟାଯାଇଥିବା ବେଳେ ଅଭିନେତା ଅଭିଷେକ ନିଗମଙ୍କୁ ତାଙ୍କ ସ୍ଥାନରେ ନେଇଛନ୍ତି ନିର୍ମାତା। ଅଭିଷେକ ଶିଜାନଙ୍କ ସ୍ଥାନ ନେବା ପରେ ଏବେ ତୁନିଶାଙ୍କ ସ୍ଥାନ ନେଇଛନ୍ତି ମନୁଲ ଚୁଡ଼ାସମା। ସେ ଏବେ ଅଲିବାବା: ଦାସ୍ତାନ ଏ କାବୁଲରେ ମରିୟମ ଚରିତ୍ରରେ ନଜର ଆସିବେ।
/sambad/media/post_attachments/136c7a28ef42595607d40f9a79c04a9d76db8486228c09aafa1149d1740f587b.jpg)
ସୋ’ 'ଏକ ଥି ରାନୀ, ଏକ ଥା ରାବଣ' ସହିତ ମନୁଲ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। 'ଏକ ଥୀ ରାନୀ, ଏକ ଥା ରାବଣ' ବ୍ୟତୀତ ଏହି ଅଭିନେତ୍ରୀ 'ବ୍ରିଜ୍ କେ ଗୋପାଳ' ଏବଂ 'ତେନାଲି ରାମା' ଭଳି ସୋ’ରେ ମଧ୍ୟ ଅଭିନୟ କରିଛନ୍ତି। ସୋ’ 'ବ୍ରିଜ୍ କେ ଗୋପାଳ'ରେ ଅଭିନେତ୍ରୀ ରାଧାଙ୍କ ଚରିତ୍ରରେ ନଜର ଆସି ସମସ୍ତଙ୍କ ହୃଦୟ ଜିତିଥିଲେ। ହେଲେ ଟିଆରପି କମ୍ ଥିବାରୁ ଏହି ସୋ’ ବର୍ଷେ ପରେ ବନ୍ଦ ହୋଇଯାଇଥିଲା। ହେଲେ ଏବେ ତାଙ୍କୁ ବଡ଼ ସୁଯୋଗ ମିଳିଛି। ତୁନିଶାଙ୍କ ମୃତ୍ୟୁ ପରେ ତାଙ୍କୁ ମରିୟମ ଚରିତ୍ର ପାଇଁ ନିର୍ମାତା ବାଛିଛନ୍ତି। ତେବେ ମନୁଲଙ୍କୁ ମରିୟମ ଭାବେ ଦର୍ଶକ ଗ୍ରହଣ କରିପାରୁଛନ୍ତି କି ନାହିଁ, ତାହା ଦେଖିବାକୁ ବାକି ରହିଲା।