ଆଲିଆଙ୍କ ଦୃଷ୍ଟିରେ ସିଦ୍ଧାର୍ଥଙ୍କ ପାଇଁ କିଏ ପରଫେକ୍ଟ ?

ମୁମ୍ବାଇ: କରଣ ଜୋହର୍‌ଙ୍କ ଟକ୍‌ ସୋ ‘କଫି ଉଇଥ୍‌ କରଣ୍‌’ର ଷଷ୍ଠ ସିଜିନ୍‌ରେ ରଣବୀର କପୁରଙ୍କ ଏକ୍ସ ଗର୍ଲ ଫ୍ରେଣ୍ଡ୍‌ ଓ ଏବେକାର ଗର୍ଲଫ୍ରେଣ୍ଡ୍‌ ଦୁହେଁ ଏକାଠି ଆସିବେ। ଏବେ ଆପଣ ବୁଝିପାରୁଥିବେ ଏ ଦୁହେଁ କିଏ?ହଁ ରଣବୀର କପୁରଙ୍କ ପୂର୍ବ ପ୍ରେମିକା ହେଲେ ଦୀପିକା ପାଦୁକୋନ୍‌ ଓ ଏବେକାର ପ୍ରେମିକା ହେଲେ ଆଲିଆ ଭଟ୍ଟ।
ଆଲିଆ ଭଟ୍ଟ ରଣବୀର କପୁରଙ୍କ ସହ ସଂପର୍କ ଯୋଡ଼ିବା ଆଗରୁ ସିଦ୍ଧାର୍ଥ ମାଲହୋତ୍ରାଙ୍କ ଗର୍ଲଫ୍ରେଣ୍ଡ ଭାବେ ବେଶ୍‌ ଚର୍ଚ୍ଚାରେ ଥିଲେ।
‘କଫି ଉଇଥ୍‌ କରଣ୍‌’ରେ କରଣ ଜୋହର୍‌ ଆଲିଆ ଭଟ୍ଟଙ୍କୁ ଏକ ପ୍ରଶ୍ନ ପଚାରିଥିଲେ। ସେହି ପ୍ରଶ୍ନଟି ହେଲା ସିଦ୍ଧାର୍ଥ ମାଲହୋତ୍ରାଙ୍କ ସହିତ ଆଲିଆ କାହାକୁ ଦେଖିବାକୁ ଚାହାଁନ୍ତି? ଏହାର ଉତ୍ତରରେ ଆଲିଆ ଭଟ୍ଟ କିଆରା ଆଡ୍‌ଭାନିଙ୍କ ନାଆଁ ନେଇଥିଲେ।


ତା’ପରେ କରଣ ଜୋହର ପୁଣି ପ୍ରଶ୍ନ କରିଥିଲେ ଯେ, ଜାକଲିନ୍‌ ଫର୍ଣ୍ଣାଣ୍ଡିଜ୍‌ଙ୍କୁ କାହା ସହିତ ଦେଖିବାକୁ ପସନ୍ଦ କରିବେ ଆଲିଆ ?ଏହାର ଉତ୍ତରରେ ଆଲିଆ କହିଥିଲେ ଯଦି କି କିଆରା ଓ ସିଦ୍ଧାର୍ଥଙ୍କର ଯୋଡ଼ି ହୋଇପାରୁନି,ତେବେ ସେ ଜାକ୍‌ଲିନଙ୍କୁ ସିଦ୍ଧାର୍ଥଙ୍କସହ ଦେଖିବାକୁ ପସନ୍ଦ କରିବେ।

ସମ୍ବନ୍ଧିତ ଖବର