ମୁମ୍ବାଇ: ବଲିଉଡ୍ର ଏଭରଗ୍ରିନ୍ ବିୟୁଟି ରେଖା ତାଙ୍କ ଜୀବନରେ ବିନା ସାଥୀରେ ଏକା ରହୁଥିବା କଥା ଆମେ ଜାଣି ଆସିଥିଲେ। ମାତ୍ର ନିକଟରେ ତାଙ୍କ ଜା ରେଖାଙ୍କୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି। ରେଖାଙ୍କ ଜା କହିଛନ୍ତି ଯେ ତାଙ୍କର ନିଜ ସେକ୍ରେଟେରି ଫରଜାନାଙ୍କ ସହିତ ନିବିଡ଼ ସମ୍ପର୍କ ଅଛି। ରେଖାଙ୍କ ବାୟୋଗ୍ରାଫିରେ ଏହି ସମ୍ପର୍କର ଦାବି କରାଯାଇଛି।
ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ରେଖା ତାଙ୍କର ସେହି ସେକ୍ରେଟେରିଙ୍କ ସହ ୪୩ ବର୍ଷ ହେବ ଗୋଟାଏ ଘରେ ରହି ଆସୁଛନ୍ତି। ସୂତ୍ରରୁ ପ୍ରକାଶ କି ରେଖାଙ୍କ ସେକ୍ରେଟେରି ଫରଜାନା ୧୯୮୦ ମସିହାରୁ ରେଖାଙ୍କ ହେୟାର ଡ୍ରେସର ଭାବେ ତାଙ୍କ ସହ ଯୋଡ଼ି ହୋଇଥିଲେ। ପରେ ୧୯୮୬ ମସିହାରେ ସେ ଅଭିନେତ୍ରୀଙ୍କ ପର୍ସନାଲ ସେକ୍ରେଟେରି ହୋଇ ଯାଇଥିଲେ। ସେବେଠାରୁ ସେ ସେହି କାମ କରି ଆସୁଛନ୍ତି।
ରିପୋର୍ଟରୁ ଆହୁରି ବି ଜାଣିବାକୁ ମିଳିଛି ଯେ ଫରଜାନା ୧୯୮୮ ମସିହାରୁ ରେଖାଙ୍କ ଘରେ ରହିବା ଆରମ୍ଭ କରି ଏବେ ପର୍ଯ୍ୟନ୍ତ ସେ ତାଙ୍କ ସହ ହିଁ ଅଛନ୍ତି। ଅଭିନେତ୍ରୀଙ୍କ ରୁମ୍ ଭିତରକୁ ଯିବାର ଅନୁମତି କେବଳ ଫରଜାନାଙ୍କୁ ମିଳିଛି। ଏପରିକି କୌଣସି ହାଉସ୍କିପିଂ ଷ୍ଟାଫ୍ ବି ରେଖାଙ୍କ ରୁମ୍କୁ ଯାଇନଥାନ୍ତି।
କୌଣସି ପୁରସ୍କାର ବିତରଣ ଉତ୍ସବ ହେଉ ବା ବଲିଉଡ୍ ପାର୍ଟି, ରେଖା ଫରଜାନାଙ୍କୁ ସବୁ ଜାଗାକୁ ନେଇକି ଯାଆନ୍ତି। ଆପଣ ଜାଣନ୍ତି ଯେ ରେଖାଙ୍କୁ ୬୮ ବର୍ଷ ହୋଇ ସାରିଲାଣି। ତା’ ସତ୍ତ୍ବେ ବି ଏବେ ପର୍ଯ୍ୟନ୍ତ ନିଜର ସୁନ୍ଦରତାରେ ସେ ଦର୍ଶକଙ୍କ ମନରେ ରାଜ୍ କରୁଛନ୍ତି।