ମୁମ୍ବାଇ: ସୁପର୍ଷ୍ଟାର୍ ଶାହାରୁଖ୍ଙ୍କ ରୋଜଗାର ଓ ସଂପତ୍ତିର ମୂଲ୍ୟ ତ କହିଲେ ନସରେ। ହେଲେ ତାଙ୍କ ମ୍ୟାନେଜର୍ ବା ପରିଚାଳିକାଙ୍କ ରୋଜଗାର ବିଷୟରେ ଆପଣ ଜାଣନ୍ତି କି? କିଙ୍ଗ୍ ଖାନ୍ଙ୍କ ପରିଚାଳିକା ପୂଜା ଦଦ୍ଲାନିଙ୍କୁ ହୁଏତ ଆପଣ ଜାଣିଥିବେ। ହେଲେ ସେ କେତେ ରୋଜଗାର କରନ୍ତି ଏକଥା ଜାଣନ୍ତି କି? ପୂଜାଙ୍କୁ ଶାହାରୁଖଙ୍କ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥାଏ। ସେ ଶାହାରୁଖଙ୍କ ପରିବାରର ଜଣେ ସଦସ୍ୟଙ୍କ ପରି ନଜର ଆସିଥାନ୍ତି।
ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ପୂଜାଙ୍କ ବାର୍ଷିକ ରୋଜଗାର ୭-୯ କୋଟି ଟଙ୍କା। ଆଜ୍ଞା ହଁ, ଆପଣ ଠିକ୍ ଶୁଣିଛନ୍ତି। ୨୦୧୨ ମସିହାରୁ ସେ କିଙ୍ଗ୍ ଖାନ୍ଙ୍କ ରେଡ୍ ଚିଲିଜ୍ ଏଣ୍ଟର୍ଟେନ୍ମେଣ୍ଟ୍ରେ କାମ କରି ଆସୁଛନ୍ତି। ସେ କିଙ୍ଗ୍ ଖାନ୍ଙ୍କ ସମସ୍ତ ବ୍ରାଣ୍ଡ, ଆଇପିଏଲ୍ କ୍ରିକେଟ୍ ଟିମ୍ କେକେଆର୍ ଆଦିର ଦେଖାଶୁଣା କରନ୍ତି।
ଏପରିକି ତାଙ୍କୁ ଶାହାରୁଖଙ୍କ ପୁଅ ଆର୍ଯ୍ୟାନ ଖାନ୍ଙ୍କ ଡ୍ରଗ୍ସ ମାମଲା ସମୟରେ ଅଦାଲତରେ ବି ଦେଖିବାକୁ ମିଳିଥିଲା। ପୂଜା ୨୦୦୮ ମସିହାରେ ହିତେଶ ଗୁରାନିଙ୍କୁ ବିବାହ କରିଛନ୍ତି। ତାଙ୍କର ଜଣେ ଝିଅ ବି ଅଛି। ତାଙ୍କ ଝିଅ ନାମ ରେହେନା।
ପୂଜାଙ୍କ ରୋଜଗାର ଓ ସଂପତ୍ତିକୁ ନେଇ ପୂର୍ବରୁ ବି ଅନେକ ରିପୋର୍ଟ ହସ୍ତଗତ ହୋଇଛି। ନିକଟରେ ପ୍ରକାଶ ପାଇଥିବା ରିପୋର୍ଟରୁ ଜଣାପଡ଼ିଛି ଯେ ସେ ବାର୍ଷିକ ୭-୦ କୋଟି ରୋଜଗାର କରୁଥିବା ବେଳେ ତାଙ୍କ ସଂପୂର୍ଣ୍ଣ ସଂପତ୍ତିର ମୂଲ୍ୟ ପ୍ରାୟ ୪୫ ରୁ ୫୦ କୋଟି ଟଙ୍କା ହେବ।