ଠିକ ଭାବରେ ଇଂରାଜୀ କହିପାରୁନଥିବା ପାର୍ଶ୍ବ ନୃତ୍ୟଶିଳ୍ପୀ ଏବେ କାଜଲଙ୍କ ସହ ସେୟାର କରୁଛନ୍ତି ସ୍କ୍ରିନ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କାଜଲଙ୍କ ଅଭିନୀତ ଫିଲ୍ମ ‘ସଲାମ ଭେଙ୍କି’ ଏବେ ଚର୍ଚ୍ଚାରେ ରହିଛି। ଏହି ଫିଲ୍ମରେ କାଜଲ ଡିଏମଡି ପରି ଗମ୍ଭୀର ରୋଗରେ ପୀଡିତ ପୁଅ ଭେଙ୍କିଙ୍କ ମା’ ଭୂମିକାରେ ନଜର ଆସିବେ। ତେବେ ଏହି ଫିଲ୍ମରେ ଭେଙ୍କି ଭୂମିକାରେ ନଜର ଆସୁଥିବା ବିଶାଲ ଜେଠୱାଙ୍କ ବିଷୟରେ ଆପଣ ଜାଣନ୍ତି କି? ନିଜ ଅଭିନୟ ପାଇଁ ଏବେ ଲୋକପ୍ରିୟ ହୋଇଥିବା ବିଶାଲ ଜେଠୱା ଦିନେ ଠିକ ଭାବରେ ଇଂରାଜୀ କହିପାରୁନଥିବା ସହ ପାର୍ଶ୍ବ ନୃତ୍ୟଶିଳ୍ପୀ ଥିଲେ।

ମୁମ୍ବାଇରେ ରହୁଥିବା ବିଶାଲ ବଡ଼ ହେଲେ କୋରିଓଗ୍ରାଫର ହେବାକୁ ଲକ୍ଷ ରଖିଥିଲେ। ହେଲେ କିଛି ବର୍ଷ ପରେ ତାଙ୍କୁ ନୃତ୍ୟୁ କରିବା ଭଲ ଲାଗିନଥିଲା। ତୁରନ୍ତ ସେ ନୃତ୍ୟ ଛାଡ଼ି ଅଭିନୟ କରିବା ଆରମ୍ଭ କରିଥିଲେ। ବିଶାଲ କହିଛନ୍ତି ଯେ, ୨୦୦୯ରେ, ଯେତେବେଳେ ଅଜୟ ଦେବଗନ୍ ଏବଂ ସଲମାନ ଖାନ୍ ସାରେଗାମାପା ଲିଟିଲ୍ ଚାମ୍ପ୍ ସୋ’କୁ ନିଜ ଫିଲ୍ମ ‘ଲଣ୍ଡନ୍ ଡ୍ରିମ୍ସ’ର ପ୍ରମୋସନ ପାଇଁ ପହଞ୍ଚିଥିଲେ, ସେତେବେଳେ ମୁଁ ସେଠାରେ ପାର୍ଶ୍ବ ନୃତ୍ୟଶିଳ୍ପୀ ଭାବରେ ନାଚିଥିଲି। ସେହି ସମୟରେ ମୁଁ କେବଳ ନୃତ୍ୟ ଉପରେ ଧ୍ୟାନ ଦେଉଥିଲି। କିନ୍ତୁ ପରେ ମୁଁ ଅନୁଭବ କଲି ନୃତ୍ୟକୁ ନେଇ ମୁଁ ଆଗକୁ ଯାଇପାରିବି ନାହିଁ। ତା’ପରେ ମୁଁ ଅଭିନୟ ଆଡକୁ ଯିବା ଆରମ୍ଭ କଲି। ଏହା ପରେ ମୁଁ ଟିଭିରେ ମହାରଣା ପ୍ରତାପ ଧାରାବାହିକରେ ଅକବର ଭୂମିକାରେ ଅଭିନୟ କଲି। ଏହା ସହିତ ଟଙ୍କା ରୋଜଗାର କରିବା ପାଇଁ ମୁଁ ଛୋଟ ଛୋଟ ଭୂମିକା କରୁଥିଲି। ହେଲେ ଏବେ ସମୟ ବଦଳିଛି। ଯେଉଁ ସୋ’‌ରେ ମୁଁ ପାର୍ଶ୍ବ ନୃତ୍ୟଶିଳ୍ପୀ ଭାବରେ ନାଚିଥିଲି, କିଛି ଦିନ ତଳେ ସେହି ସୋ’କୁ ଅତିଥି ହୋଇଯିବା ମୋ‌ତେ ଭାବବିହ୍ବଳ କରିଥିଲା।

ସମ୍ବନ୍ଧିତ ଖବର