ମୁମ୍ବାଇ: ସର୍ବଦା ଚର୍ଚ୍ଚାରେ ରହିଥିବା ବଲିଉଡର ଲୋକପ୍ରିୟ  ଅଭିନେତ୍ରୀ ରେଖା ପରଦାରେ ଜୀବନ୍ତ ଅଭିନୟ କରି ଦର୍ଶକଙ୍କୁ ବାନ୍ଧି ରଖିଥାଆନ୍ତି । ପ୍ରଶଂସକମାନେ ରେଖାଙ୍କ ବିଷୟରେ ପ୍ରତ୍ୟେକ ଛୋଟ କଥା ଜାଣିବାକୁ ଆଗ୍ରହୀ ହୋଇଥାନ୍ତି । ଖୁବ୍ କମ ଲୋକ ଜାଣନ୍ତି ଯେ ରେଖା ତାଙ୍କ ଭଉଣୀ ଧନଲକ୍ଷ୍ମୀ ସାପ୍ରୁଙ୍କ ବିବାହ ସପକ୍ଷରେ ନଥିଲେ ଓ ଘୋର ବିରୋଧ କରୁଥିଲେ । ନିକଟରେ ଏହି କଥା ଏବେ ରେଖାଙ୍କ ଭିଣୋଇ ତଥା ଅଭିନେତା ତେଜ ସାପ୍ରୁ କହିଛନ୍ତି ।

Advertisment

ସୂଚନା ମୁତାବକ, ତେଜ ସାପ୍ରୁ ଏକ ସାକ୍ଷାତକାରରେ ନିଜ ବିବାହ ସମୟର କିଛି କଥା ପ୍ରକାଶ କରିଛନ୍ତି। ରେଖା ଚାହୁଁ ନଥିଲେ ଯେ ତାଙ୍କ ଭଉଣୀ ଧନଲକ୍ଷ୍ମୀ ତେଜଙ୍କୁ ବିବାହ କରନ୍ତୁ। କାରଣ ତେଜ ସାପ୍ରୁ ପୂର୍ବରୁ ବିବାହିତ ଥିଲେ।  ଧନଲକ୍ଷ୍ମୀ ତେଜଙ୍କୁ ବିବାହ କଲେ କାଳେ ତାଙ୍କ ସହିତ କିଛି ଖରାପ ଘଟିଯିବ ବୋଲି ଆଶଙ୍କାରେ ଥିଲେ ରେଖା। ତେଣୁ ସେ ଏହି ବିବାହକୁ ବିରୋଧ କରୁଥିଲେ।  କିନ୍ତୁ ଧନଲକ୍ଷ୍ମୀ ଏବଂ ତେଜ ଦୁହେଁ ବିବାହ କରନ୍ତୁ ବୋଲି ରେଖାଙ୍କ ମା ପୁଷ୍ପାବଳି ଚାହୁଁଥିଲେ । କାରଣ ତେଜ ଘରଜ୍ବାଇଁ ହୋଇ ରହିବାକୁ ରାଜିଥିଲେ।  ଅଭିନେତା ତେଜ ସାପ୍ରୁ ଆହୁରି ମଧ୍ୟ କହିଛନ୍ତି, ପ୍ରଥମ ସ୍ତ୍ରୀଙ୍କଠାରୁ ଛାଡ଼ପତ୍ର ନେବା ପରେ ଧନଲକ୍ଷ୍ମୀଙ୍କୁ ଦ୍ୱିତୀୟ ସ୍ତ୍ରୀ ଭାବେ ସେ ସ୍ୱୀକାର କରିଥିଲେ । ଅନ୍ୟପକ୍ଷରେ ତେଜ ସାପ୍ରୁଙ୍କ ପରିବାର ସଦସ୍ୟମାନେ ମଧ୍ୟ ଚାହୁଁଥିଲେ ଯେ ସେ ଧନଲକ୍ଷ୍ମୀଙ୍କୁ ବିବାହ କରନ୍ତୁ । ରେଖା ଯେତେବେଳେ ଜାଣିବାକୁ ପାଇଲେ ଯେ ତାଙ୍କ ଭଉଣୀ ତେଜଙ୍କୁ ଭଲ ପାଉଛନ୍ତି ଏବଂ ତାଙ୍କ ଛଡ଼ା ସେ ଆଉ କାହାକୁ ବିବାହ କରିବେ ନାହିଁ । ଏହାପରେ ରେଖା ଦୁହିଁଙ୍କ ବିବାହକୁ ସ୍ୱୀକାର କରିଥିଲେ । ଏବେ ସମସ୍ତେ ଏକାଠି ଖୁସିରେ ରହୁଛନ୍ତି ।

ଭିଣୋଇ ତେଜ ରେଖାଙ୍କ  ଫିଟନେସ୍ ଏବଂ ସୌନ୍ଦର୍ଯ୍ୟ ବିଷୟରେ ମଧ୍ୟ କହିଛନ୍ତି । ରେଖା ଶାକାହାରୀ ଏବଂ ମଦ ପିଅନ୍ତି ନାହିଁ। ଫିଟ୍ ରହିବା ପାଇଁ  ସବୁବେଳେ ବ୍ୟାୟାମ କରିଥାନ୍ତି ।

ତେଜ ସାପ୍ରୁ ଲାପରୱା, ରାଜପୁତ, ଜିଓ ଔର ଜୀନେ ଦୋ, ହମସେ ହୈ ଜମାନା, ଆନ୍ଧି-ତୁଫାନ୍, ଯୁଦ୍ଧ, ଇନସାଫ୍ ମେ କରୁଙ୍ଗା ଏବଂ ତ୍ରିବେଦ ଭଳି ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ଚଳଚ୍ଚିତ୍ର ବ୍ୟତୀତ ତେଜ ସାଥ୍ ଫେରେ, ୟାହାଁ ମେଁ ଘର ଘର ଖେଲି, ଦିଲ୍ ସେ ଦିଲ୍ ତକ୍, ଅନେକ ସିରିଏଲରେ ବି ଅଭିନୟ କରିଛନ୍ତି ।