ନୂଆଦିଲ୍ଲୀ: ବଲିଉଡର ସୁପରଷ୍ଟାର ଅକ୍ଷୟ କୁମାରଙ୍କୁ ନେଇ ସବୁବେଳେ ଚର୍ଚ୍ଚା । କେତେବେଳେ ତାଙ୍କ ଫିଟନେସକୁ ନେଇ ଚର୍ଚ୍ଚା ହୁଏ ତ ପୁଣି କେତେବେଳେ ତାଙ୍କା ସିନେମାର କାହାଣୀକୁ ନେଇ । ସବୁବେଳେ ଚର୍ଚ୍ଚାରେ ରହୁଥିବା ବଲିଉଡର ଖିଲାଡ଼ି ଅକ୍ଷୟ କୁମାରଙ୍କ କାମକୁ ନେଇ ଏବେ ପୁଣି ଚର୍ଚ୍ଚା ଚାଲିଛି । ଅକ୍ଷୟ କୁମାର ଖୁବ୍ କମ୍ ସମୟରେ କିଭଳି ଫିଲ୍ମ ସୁଟିଂ ଶେଷ କରିଦିଅନ୍ତି ? ତାଙ୍କୁ ଏତେ କାମ କରିବାର କଣ ଆବଶ୍ୟକ ? ଏତେ ଫିଲ୍ମ କରି ପାଉଥିବା ଟଙ୍କାକୁ ନେଇ ସେ କରିବେ କଣ ? ଏଭଳି ଅନେକ ପ୍ରଶ୍ନ ଉଙ୍କିମାରିବା ପରେ ଗଣମାଧ୍ୟମରେ ମୁହଁ ଖୋଲିଛନ୍ତି ଅକ୍ଷୟ କୁମାର..

Advertisment

ଅକ୍ଷୟ କହିଛନ୍ତି , ’ମୋତେ ଭିନ୍ନ ଭିନ୍ନ ଚରିତ୍ର କରିବାକୁ ଭଲ ଲାଗେ । ତା’ଛଡ଼ା କାମ କରିବିନି କାହିଁକି ? କିଛି ଲୋକ କହୁଛନ୍ତି ମୁଁ ବଷର୍କୁ କାହିଁକି ୪ଟା ଲେଖାଏଁ ଫିଲ୍ମ କରୁଛି ? କିନ୍ତୁ ମୁଁ ବୁଝିପାରୁନି ଏମିତି କରିବିନି ବା କାହିଁକି ? କାମ ତ ମିଳୁଛି ସେଥିପାଇଁ କରୁଛି । ଅବଶ୍ୟ କିଛି ଫିଲ୍ମ ବକ୍ସ ଅଫିସରେ ଜମୁଛି ଆଉ କିଛି ଚାଲୁନି । ଯେମିତି ପ୍ରତି ମଣିଷଙ୍କୁ ପ୍ରତିଦିନ କାମରେ ଯିବାର ଅଛି ବା ଅଫିସ ଯିବାକୁ ପଡ଼ୁଛି ମୁଁ ବି ସେହିପରି କାମ କରୁଛି । ମୁଁ ଘରେ ବସି କହିପାରିବିନି ଯେ, ଏବେ ଟିକେ ରହିଯାଏ ଆଉ କିଛି ଦିନ ଗଲେ କାମ କରିବି । ମୁଁ ୪ଟି ଫିଲ୍ମ ଏଥିପାଇଁ କରୁଛି କାରଣ ମୋତେ ଅଲଗା ଅଲଗା ଚରିତ୍ର ମିଳୁଛି , ଯାହାକୁ କରି ମୋତେ ଖୁବ୍ ଖୁସି ଲାଗୁଛି । ମୋର କାମ ଜଣେ ସାଧାରଣ ଲୋକର ଦୈନନ୍ଦୀନ କାମ ପରି । ମୁଁ ଏଥିରୁ ବ୍ରେକ୍ ନେବାକୁ ଚାହେଁନା..

କିଛି ନୂଆ କରିବାର ଝୁଙ୍କ ଏବଂ କିଛି ନୂଆ ଚରିତ୍ରରେ ସବୁବେଳେ ଆସିବାକୁ ପସନ୍ଦ କରୁଥିବା ଅକ୍ଷୟ କୁମାର ଅତୀରରେ ବିଭିନ୍ନ ଚରିତ୍ରରେ ଆସି ଦର୍ଶକଙ୍କୁ ମନୋରଞ୍ଜନ କରିଛନ୍ତି । ନିଜ ନିଆରା ଅନ୍ଦାଜ ପାଇଁ ସେ ସବୁବେଳେ ତାଙ୍କ ପ୍ରଶଂସକଙ୍କ ପାଖରେ ସ୍ବତନ୍ତ୍ର ହୋଇ ରହିଛନ୍ତି ।