କେବିସିର ଉପସ୍ଥାପକ ହେବା ପଛର କାରଣ ଜଣାଇ ଭାବବିହ୍ୱଳ ହୋଇପଡ଼ିଲେ ବିଗ ବି

ମୁମ୍ବାଇ: ଟେଲିଭିଜନର ପ୍ରସିଦ୍ଧ କୁଇଜ୍ ରିଆଲିଟି ସୋ’ କୌନ ବନେଗା କାରୋଡ଼ପତି ୧୦୦୦ ଅଧ୍ୟାୟ ଶେଷ କରିଛି | ଏହି ଅବସରରେ ସୋ’ର ୧୦୦୦ ଅଧ୍ୟାୟର ମୁହୂର୍ତ୍ତ ସବୁ ଦେଖିବାକୁ ମିଳିଥିଲା | କିଭଳି ଭାବେ ସୋ’ ଆରମ୍ଭ ହୋଇଥିଲା ଏବଂ ସଫଳତାର ଶୀର୍ଷରେ ପହଞ୍ଚିଥିଲା, ସେ ସବୁ ଦେଖି ଭାବବିହ୍ୱଳ ହୋଇପଡିଥିଲେ ସୋ’ର ଉପସ୍ଥାପକ ବିଗ ବି ଅମିତାଭ ବଚ୍ଚନ | ଏହି ସମୟରେ ସେ କ’ଣ ପାଇଁ ସୋ’ର ଉପସ୍ଥାପକ ହେବା ପାଇଁ ନିଷ୍ପତ୍ତି ନେଇଥିଲେ, ସେ ବିଷୟରେ ଜଣାଇଥିଲେ |

www.amarujala.com

ତାଙ୍କ କହିବା ମୁତାବକ, ଯେତେବେଳେ ମୁଁ ଚଳଚ୍ଚିତ୍ରରୁ ଟିଭିକୁ ଆସୁଥିଲି, ସେତେବେଳେ ଲୋକମାନେ ମୋତେ ତାହା କରିବାକୁ ବାରଣ କରିଥିଲେ | ଏହା ମୋର ଭାବମୂର୍ତ୍ତିକୁ କ୍ଷତି ପହଞ୍ଚାଇବ ବୋଲି ମୋତେ କୁହାଯାଇଥିଲା। କିନ୍ତୁ, ସେତେବେଳେ ମୋତେ ଫିଲ୍ମରେ କାମ ମିଳୁନଥିବାରୁ ମୁଁ ବାଧ୍ୟ ହୋଇ ସୋ’ର ଉପସ୍ଥାପକ ହେବାକୁ ନିଷ୍ପତ୍ତି ନେଇଥିଲି | ଏଥିପାଇଁ ମୁଁ ଲଣ୍ଡନ ଯାଇ ସେଠାରେ ଚର୍ଚ୍ଚାରେ ଥିବା ସୋ’ ଦେଖିଲି | ଏହା ପରେ ମୁଁ ଚ୍ୟାନେଲକୁ ଏଭଳି ସୋ’ କଲେ ମୁଁ ଉପସ୍ଥାପକ ହେବି ବୋଲି ଜଣାଇଥିଲି | ମୋ କଥା ମାନି ଚ୍ୟାନେଲ ଠିକ ସେଭଳି ଭାବେ ସୋ’ ତିଆରି କରିଥିଲେ ଏବଂ ପ୍ରଥମ ଅଧ୍ୟାୟରେ ଏହି ସୋ’କୁ ଲୋକଙ୍କ ଭଲ ପାଇବା ମିଳିବ ଆରମ୍ଭ ହୋଇଥିଲା | ଏପର୍ଯ୍ୟନ୍ତ ମଧ୍ୟ ଏହି ସୋ’କୁ ଲୋକଙ୍କ ଭଲ ପାଇବା ମିଲିଚାଲିଛି |

ସମ୍ବନ୍ଧିତ ଖବର