କାହିଁକି ଟିଭି ପରଦାରେ ଏତେ ଥର ପ୍ରଦର୍ଶିତ ହେଉଛି ଅମିତାଭ ବଚ୍ଚନଙ୍କ ଅଭିନୀତ ସୂର୍ଯ୍ୟବଂଶମ୍‌?

ଅମିତାଭ ବଚ୍ଚନଙ୍କ ଅଭିନୀତ ଏକ ଚଳଚ୍ଚିତ୍ର ‘ସୂର୍ଯ୍ୟବଂଶମ୍‌’ ରିଲିଜ୍‌ ହୋଇଥିଲା ୧୯୯୯ ମସିହା ମଇ ୨୧ ତାରିଖରେ। ଏହି ସିନେମାରେ ଅମିତାଭଙ୍କ ସହିତ ସୌନ୍ଦର୍ଯ୍ୟା,ରଚନା ବାନାର୍ଜୀ,କାଦର ଖାନ୍‌,ଅନୁପମ୍‌ ଖେର୍‌ ଓ ମୁକେଶ ଋଷି ପ୍ରମୁଖ ନଜର ଆସିଥିଲେ।

ଏହି ହିନ୍ଦୀ ଚଳଚ୍ଚିତ୍ରଟିକୁ ଖାସ୍‌ ବ୍ୟାବସାୟିକ ସଫଳତା ମିଳିନଥିଲା। ପ୍ରେକ୍ଷାଳୟରେ ଦର୍ଶକ ବେଶି ଥର ଦେଖି ନାହାନ୍ତି, ମାତ୍ର ଟେଲିଭିଜନ୍‌ ପରଦାରେ ବହୁ ଥର ଦେଖି ସାରିଲେଣି। ଏମିତି ବି ଅନେକ ଥର ଘଟିଛି ଯେ ପ୍ରତି ସପ୍ତାହରେ ଦୁଇରୁ ତିନି ଥର ‘ସୂର୍ଯ୍ୟବଂଶମ୍‌’ ପ୍ରସାରିତ ହୁଏ ଏକ ନିର୍ଦ୍ଦିଷ୍ଟ ଚାନେଲ୍‌ରେ।

ହଁ , ଅମିତାଭ ବଚ୍ଚନଙ୍କ ଅଭିନୀତ ‘ସୂର୍ଯ୍ୟବଂଶମ୍‌’ ସୋନି ମ୍ୟାକ୍‌ସ ଚାନେଲ୍‌ରେ ସବୁଠାରୁ ଅଧିକ ଥର ପ୍ରସାରିତ ହୋଇଛି। ଏବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଯେ,କାହିଁକି ଏତେଥର ଏହି ଚଳଚ୍ଚିତ୍ରଟି ପ୍ରସାରିତ ହେଉଛି।

ଏବେ ଜାଣନ୍ତୁ ପ୍ରକୃତ କାରଣ!ପ୍ରଥମ କାରଣଟି ହେଲା ଯେ, ସୋନି ମ୍ୟାକ୍‌ସ ଚାନେଲ୍‌ ଯେଉଁ ସମୟରେ ଲଞ୍ଚ୍‌ ହୋଇଥିଲା ,ଠିକ୍‌ ସେହି ସମୟରେ ‘ସୂର୍ଯ୍ୟବଂଶମ୍‌’ ମୁକ୍ତିଲାଭ କରିଥିଲା। ଏହି କାରଣରୁ ଚାନେଲ୍‌ ସହ ସିନେମାର ଏକ ଭାବନାତ୍ମକ ସଂପର୍କ ରହିଛି।

ଅନ୍ୟ ଏକ କାରଣ ହେଲା ଯେ ଚାନେଲ୍‌ ‘ସୂର୍ଯ୍ୟବଂଶମ୍‌’ର ପ୍ରସାରଣ ଅଧିକାର ଶହେ ବର୍ଷ ପାଇଁ କ୍ରୟ କରିଛି ।ଏଣୁ ଏହାର ପ୍ରସାରଣ ପାଇଁ କୌଣସି ପ୍ରତିବନ୍ଧକ ନାହିଁ।

ସମ୍ବନ୍ଧିତ ଖବର