ଶ୍ରୀଦେବୀଙ୍କ ଦେହାନ୍ତ ପରେ ସାବତ ଭଉଣୀଙ୍କ ସହ ଭଲ ସଂପର୍କ ରଖିବା ପାଇଁ କିଏ ଦେଇଥିଲେ ପରାମର୍ଶ, ଜାଣନ୍ତୁ?

ମୁମ୍ବାଇ : ଫେବୃଆରି ମାସରେ ଶ୍ରୀଦେବୀଙ୍କର ହଠାତ୍‌ ଦେହାନ୍ତ ହେବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ହଠାତ୍‌ ଶ୍ରୀଦେବୀ ଛାଡ଼ି ଚାଲିଯିବା ପରେ ବୋନି କପୁରଙ୍କ ପରିବାର ଦୁଃଖରେ ଭାଙ୍ଗି ପଡ଼ିଥିଲା । ଶ୍ରୀଦେବୀଙ୍କ ପରେ ଦୁଇ ଝିଅଙ୍କୁ କିପରି ସମ୍ଭାଳିବେ ସେ ନେଇ ଚିନ୍ତାରେ ଥିଲେ ବୋନି କପୁର । କିନ୍ତୁ ତାଙ୍କ ଜଣା ନଥିଲା ଏଭଳି ଦୁଃଖ ସମୟରେ ତାଙ୍କର ଦୁଇଟି ପରିବାର ଏକ ହୋଇଯିବ । ସାବତ ଭାଇ ଭଉଣୀଙ୍କ ମଧ୍ୟରେ ଥିବା ଦୂରତା କମ ହୋଇଯିବ ।

Zee News – India.com

ଆପଣମାନେ ଜାଣିଥିବେ ଶ୍ରୀଦେବୀଙ୍କ ପରେ ଏବେ ଅର୍ଜୁନ ଏବଂ ତାଙ୍କ ଭଉଣୀ ଅଂଶୁଲା ନିଜର ଦୁଇ ସାବତ ଭଉଣୀ ଜାହ୍ନବୀ ଏବଂ ଖୁସି କପୁରଙ୍କ ଦେଖାଶୁଣା ଆରମ୍ଭ କରିଛନ୍ତି । ପୂର୍ବରୁ ଏହି ୪ଜଣଙ୍କ ମଧ୍ୟରେ ସେତେଟା ଭଲ ସଂପର୍କ ନଥିବା ବେଳେ ଏବେ ୪ଜଣଙ୍କୁ ସବୁଠି ସାଙ୍ଗରେ ଦେଖିବାକୁ ମିଳୁଛି । ବଡ଼ ଭାଇ ହିସାବରେ ଅର୍ଜୁନ ସବୁ ଦାୟିତ୍ୱ ନେଇଛନ୍ତି । କିନ୍ତୁ ହଠାତ୍‌ ଏତେ ପରିବର୍ତ୍ତନ ଅର୍ଜୁନଙ୍କ ଭିତରେ ଆସିଲା କେମିତି? ଏହି ପ୍ରଶ୍ନ ଅର୍ଜୁନଙ୍କୁ ପଚରାଯିବା ପରେ, ଏ ସବୁ ମୋ ମାଉସୀଙ୍କ ପରାମର୍ଶ ପାଇଁ ସମ୍ଭବ ହେଲା ବୋଲି କହିଥିଲେ । ମୁଁ କିଛି କିଛି ମାମଲାରେ ତାଙ୍କର ପରାମର୍ଶ ନେଇଥାଏ । ଜାହ୍ନବୀ ଏବଂ ଖୁସିଙ୍କ ଅବସ୍ଥା ଦେଖି ମୁଁ ଏବଂ ଅଂଶୁଲା ସେ ସମୟରେ ଯାହା ଠିକ୍‌ ଥିଲା ସେଇଟା କରିଥିଲୁ । ଏବେ ଆମର ସେ ପଦକ୍ଷପ ଠିକ୍‌ ଥିଲା ମୁଁ ଭାବୁଛି ବୋଲି କହିଥିଲେ ଅର୍ଜୁନ ।

ସମ୍ବନ୍ଧିତ ଖବର