ଦୀପିକା ପାଦୁକୋନ-ରଣବୀର ସିଂହଙ୍କ ବିବାହ ନେଇ ସନ୍ଦେହ; ଏଯାଏ ସେମାନଙ୍କ ମଧ୍ୟରେ ଅଛନ୍ତି ପୂର୍ବ ପ୍ରେମିକ ରଣବୀର କପୁର୍‌!

ମୁମ୍ବାଇ: ଅଭିନେତ୍ରୀ ଦୀପିକା ପାଦୁକୋନ ଓ ଅଭିନେତା ରଣବୀର ସିଂହ ବିବାହ ବନ୍ଧନରେ ବାନ୍ଧି ହେବେ ବୋଲି ନିକଟରେ ଶୁଣିବାକୁ ମିଳିଥିଲା। ଏପରିକି ଦୁହେଁ ଗଣମାଧ୍ୟମରେ ଏ କଥା ସ୍ୱୀକାର ମଧ୍ୟ କରିଥିଲେ। ମାତ୍ର ଏବେ ସେହି କଥାର ସତ୍ୟାସତ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଦୁହେଁ ବାସ୍ତବରେ ପରସ୍ପରଙ୍କୁ ବିବାହ କରିବେ କି ନାହିଁ ସେ ନେଇ ଦ୍ୱନ୍ଦ୍ୱ ଉପୁଜିଛି। ପୂର୍ବରୁ ଶୁଣିବାକୁ ମିଳିଥିଲା ଯେ ଏହି ଷ୍ଟାର୍‌ କପଲ୍‌ ଚଳିତବର୍ଷ ନଭେମ୍ବରରେ ବିବାହ ବନ୍ଧନରେ ବାନ୍ଧି ହେବେ।

ମାତ୍ର ଦୀପିକାଙ୍କର ଜଣେ ବନ୍ଧୁ ସେ ଦୁହିଁଙ୍କ ସଂପର୍କରେ ନିକଟରେ ଗଣମାଧ୍ୟମରେ ଯାହା ମନ୍ତବ୍ୟ ଦେଇଛନ୍ତି ସେଥିରୁ ସନ୍ଦେହ ସୃଷ୍ଟି ହୋଇଛି ଯେ ବାସ୍ତବରେ ସେମାନେ ପରସ୍ପରକୁ ବିବାହ କରୁଛନ୍ତି କି ନାହିଁ। ଦୀପିକାଙ୍କ ବନ୍ଧୁଙ୍କ କହିବା ଅନୁଯାୟୀ, ରଣବୀରଙ୍କ ତରଫରୁ ୧୦୦ ପ୍ରତିଶତ ଇଚ୍ଛା ରହିଥିଲେ ବି ଏଯାଏ ନିଜକୁ ପ୍ରସ୍ତୁତ କରି ପାରିନାହାନ୍ତି ଦୀପିକା। ତାଙ୍କର ଭୟ ରହିଛି ଯେ ପୂର୍ବ ଥର ପରି ଏଥର ବି ଯଦି ସେ ପ୍ରେମରେ ପ୍ରତାରିତ ହୁଅନ୍ତି ତାହା ହୁଏତ ସେ ଆଉ ସହ୍ୟ କରିପାରିବେ ନାହିଁ। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଏହି କଥା କହିବା ବେଳେ ଦୀପିକାଙ୍କ ବନ୍ଧୁଙ୍କ ଆଙ୍ଗୁଠି ରଣବୀର କପୁରଙ୍କ ଆଡ଼େ ଥିଲା।

ଆପଣ ଜାଣିଥିବେ ନିଶ୍ଚୟ ଯେ ଅଭିନେତ୍ରୀ କ୍ୟାଟ୍ରିନାଙ୍କ ଦଖଲ ପୂର୍ବରୁ ଦୀପିକାଙ୍କ ସହ ସଂପର୍କରେ ଥିଲେ ରଣବୀର କପୁର୍‌। ଏପରିକି ଦୀପିକା ନିଜ ବେକରେ ତାଙ୍କ ନାଁର ଏକ ଟାଟ୍ୟୁ ବି କରିଥିଲେ ଯାହାକୁ ସେ ଆଜି ଯାଏ ଲିଭାଇ ନାହାନ୍ତି। ‘ରାମଲୀଳା’ ଚଳଚ୍ଚିତ୍ର ସୁଟିଂ ସମୟରୁ ଦୀପିକାଙ୍କୁ ଏକତରଫା ଭାବେ ପ୍ରେମ କରନ୍ତି ରଣବୀର ସିଂହ।

ସମ୍ବନ୍ଧିତ ଖବର